ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାଲିଆରେ ଦିନଦ୍ବିପହରରେ ଏକ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ନେହୁରା ହୋଇ ହାତ ଯୋଡ଼ି ଦୁଷ୍କର୍ମକାରୀଙ୍କୁ ଛାଡ଼ି ଦେବାକୁ ବ୍ୟାକୁଳ ହୋଇ ଗୁହାରୀ କରୁଥିଲେ ହେଁ କେହି କିଛି ଶୁଣି ନ ଥିଲେ। ଯୁବତୀଙ୍କୁ ମାଡ଼ ମାରିବା ସହିତ ଜଣକ ପରେ ଜଣେ ଅତ୍ୟନ୍ତ ନିଷ୍ଠୁର ଭାବେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଚାଲିଥିଲେ। କେବଳ ଏତିକି ନୁହେଁ, ଦୁଷ୍କର୍ମକାରୀ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ।

Advertisment

प्रतीकात्मक फोटो

ଏହି ଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ସ୍ଥାନୀୟ ଏସପି କହିଛନ୍ତି ଯେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ଉତ୍ତରପ୍ରଦେଶ ଆଇଜି ଅମିତାଭ ଠାକୁର ଟୁଇଟ କରି ଦୁଷ୍କର୍ମ ଘଟଣା ସମ୍ପର୍କରେ ସୂଚିତ କରିଛନ୍ତି। ଏଥିସହିତ ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଧରିବା ପାଇଁ ଯାଞ୍ଚ ଜାରି ରଖିଛି ବୋଲି କହିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଧରାଯିବା ସହ ପୀଡିତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ, କେତେକ ଯୁବକ ଏକାଠି ହୋଇ ଯୁବତୀଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଘେରି ଯାଉଛନ୍ତି। ଯୁବତୀ ଜଣକ ହାତ ଯୋଡ଼ି ଛାଡ଼ି ଦେବାକୁ ନେହୁରା ହେଉଥିଲେ ହେଁ କେହି ବି ତାଙ୍କ କଥା ନଶୁଣି ଦୁଷ୍କର୍ମ କରି ଚାଲିଥିଲେ।