ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରି ଦୁଇ ମହିଳାଙ୍କୁ ରାସ୍ତାରେ ଫୋପାଡ଼ିଲେ ଦୁର୍ବୃତ୍ତ

ଲକ୍ଷ୍ନ: ଲକ୍ଷୌ୍ନର କନ୍ନୋଜଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଲକ୍ଷୌ୍ନରୁ ଔଷଧ ନେଇ କମାଲଗଞ୍ଜ ଯାଉଥିବା ବେଳେ ଦୁଇ ମହିଳାଙ୍କୁ ଲିପ୍ଟ ଦେବା ବାହାନାରେ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରାଯାଇଛି। ମହିଳାଙ୍କ ସହିତ ଦୁଷ୍କର୍ମ କରିବା ପରେ ଧକ୍କା ଦେଇ ରାସ୍ତା ମଝିରେ ପିଙ୍ଗି ଦେଇ ଫେରାର ହୋଇଯାଇଥିଲେ ଦୃର୍ବୃତ୍ତ । ଘଟଣା ବିଷୟରେ ପୁଲିସକୁ ସୂଚନା ମିଳିଲା ପରେ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ବିଷୟରେ କିଛି ସୂଚନା ମିଳିନାହିଁ ।

କନ୍ନୋଜର ହରଦୋର ଠାରେ ଶୁକ୍ରବାର ସକାଳ ସମୟରେ କିଛି ଯୁବକ ଗାଡ଼ିରୁ ଦୁଇଜଣ ମହିଳାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ । କିଛି ଘଣ୍ଟା ପରେ ଯେତେବେଳେ ଦୁଇ ମହିଳାଙ୍କର ଚେତା ଫେରିଥିଲା ସେମାନେ ସ୍ଥାନୀୟ ଲୋକମାନଙ୍କୁ ସଂପୂର୍ଣ୍ଣ ଘଟଣା ବିଷୟରେ କହିଥିଲେ ଏବଂ ସାହାଯ୍ୟ ମାଗିଥିଲେ । ଲୋକେ ଦୁଇ ମହିଳାଙ୍କୁ ପୁଲିସ ନିକଟକୁ ନେଇଥିଲେ । ପୁଲିସ ଘଟଣା ବିଷୟରେ ଶୁଣିବା ପରେ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି ।

Oneindia Hindi

ପୁଲିସ ସୂଚନା ଅନୁଯାୟୀ , ଗତ ରାତି ମହିଳା ଦୁଇ ଜଣ ଲକ୍ଷ୍ନୌରୁ ଔଷଧ କିଣି ଫରୁଖାବାଦରୁ ଚାଲିଚାଲି ତାଙ୍କ ଗ୍ରାମ କମଲଗଞ୍ଜକୁ ଯାଉଥିଲେ । ଏହି ସମୟରେ ଗାଡ଼ିରେ ଯାଉଥିବା କିଛି ଯୁବକ ତାଙ୍କୁ କନ୍ନୋଜର ଗୁରୁସହାୟଗଞ୍ଜ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ଏହା ପରେ ଦୁଇ ମହିଳା ଯୁବକଙ୍କ କଥାରେ ବିଶ୍ୱାସ କରି ତାଙ୍କ ସହିତ ଗାଡ଼ିରେ ବସି ଯାଇଥିଲେ । କିନ୍ତୁ ଯୁବକମାନେ ସମୟ ଦେଖି ଦୁଇ ମହିଳାଙ୍କ ସହିତ ଗଣବଳତ୍କାର କରିଥିଲେ । ଏହା ପରେ ମହିଳାଙ୍କୁ ଶୋଚନୀୟ ଅବସ୍ଥାରେ ରାସ୍ତାରେ ଧକ୍କା ଦେଇ ଫୋପାଡ଼ି ଯାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କର କିଛି ଖବର ମିଳିନଥିବା ବେଳେ ଘଟଣାର ତଦନ୍ତ କରୁଛି ପୁଲିସ ।

ସମ୍ବନ୍ଧିତ ଖବର