ଦେଢ଼ କେଜି ଭାଙ୍ଗ ଜବତ, ୨ ଗିରଫ 

ବାଲିଅନ୍ତା: ଖୋର୍ଧା ମୋବାଇଲ୍‌ ଟିମ୍‌ ଆଜି ପୂର୍ବାହ୍ନରେ ବାଳକାଟି ବଜାରରେ ଅତର୍କିତ ଚଢ଼ଉ କରି ୨ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟବସାୟୀ ଦ୍ୱୟ ହେଲେ ଦୋପଟି ସାହିର ଶରତ ଚନ୍ଦ୍ର ସାହୁ (୪୦) ଓ ହେମନ୍ତ ସାହୁ। ଏହି ଟିମ୍‌ ପ୍ରଥମେ ଶରତଙ୍କ ପାନ ଦୋକାନରେ ଚଢ଼ଉ କରି ଦେଢ଼ କିଲୋ ଓଜନର ଭାଙ୍ଗପତି ଜବତ କରିଛି। ଏହାପରେ ବଜାରରେ ଥିବା ହେମନ୍ତ ସାହୁଙ୍କ  (୨୮)  ଦୋକାନରେ ଚଢ଼ଉ କରି ୨୫ ବୋତଲ ବିଦେଶୀ ମଦ ଜବତ କରିବା ସହ ଘଟଣାସ୍ଥଳରୁ  ତାଙ୍କୁ ଗିରଫ କରିଥିଲା। ହେଲେ ବଜାରରେ ଅନ୍ୟ ଏକ ସ୍ଥାନରୁ ଟିମ୍‌ ୨୫ ବୋତଲ ମଦ ଜବତ କରିଥିବା ବେଳେ ସଂପୃକ୍ତ ବ୍ୟବସାୟୀ ଅଧିକାରୀଙ୍କୁ ଚକ୍‌ମା ଦେଖାଇ ଖସି ପଳାଇଥିଲା। ହେଲେ ଏଭଳି ଘଟଣାଙ୍କୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ଆଇଆଇସି ଦେବୀ ପ୍ରସାଦ ଦାଶଙ୍କ ସମେତ ସୁଜିତ୍‌ କୁମାର ମୁଦୁଲି, ଅମରେନ୍ଦ୍ର ଶତପଥୀ ଓ ହୃଦୟ ଚନ୍ଦ୍ର ସାମନ୍ତ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର