ଗଞ୍ଜେଇ ଜବତ, ୩ ଗିରଫ 

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ସପ୍ତସତୀ ମନ୍ଦିର ନିକଟରେ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍‌ ଆଜି ରାତି ପ୍ରାୟ ୧୨ଟା ସମୟରେ ୨ କେଜି ୮୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହିତ ଏହି ଘଟଣାର ସଂପୃକ୍ତ ୩ ଯୁବକଙ୍କୁ ଅଟକ ରଖିଛି। ଏଥିସହିତ ପୁଲିସ ସେମାନେ ବ୍ୟବହାର କରୁଥିବା ବାଇକ୍‌କୁ ମଧ୍ୟ ଜବତ କରିଛି। ଅଟକ ଅଭିଯୁକ୍ତମାନେ ସମସ୍ତେ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସେମାନେ ହେଲେ ବିଷ୍ଣୁ କଅଁର, ସୁବାସ କଅଁର ଓ ଦିଗନ୍ତ କଅଁର। ସେମାନେ ନିକଟସ୍ଥ ବସ୍ତିରେ ଏହି ଗଞ୍ଜେଇ ଦେବାକୁ ଯାଉଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର