ରାୟଗଡ଼ା: ଦିନକୁ ଦିନ ରାୟଗଡ଼ା ରେଳ ଷ୍ଟେସନରୁ ଟ୍ରେନ୍‌ ଯୋଗେ ବାହାର ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ଉଦ୍ୟମ ମାମଲା ବୃଦ୍ଧି ପାଉଥିବା ବେଳେ ଗଂଜେଇ ଚୋରା ଚାଲାଣ ମାଫିଆମାନେ ଏବେ ନାବାଳକ ମାନଙ୍କୁ ଅର୍ଥ ଲୋଭ ଦେଖାଇ ଗଞେଇ ଚୋରା ଚାଲାଣ କରିଥିବା ଘଟଣା ଧରାପଡ଼ିଛି। ରାୟଗଡ଼ା ସହରରେ କେହି ଜଣେ ଅଜଣା ମହିଳା ଶୁଭମ ହାତରେ ଏକ ବ୍ୟାଗ ଦେଇ ଏହା ରାୟପୁର ଠାରେ ପହଂଚାଇ ଦେଲେ ଦଶ ହଜାର ଟଙ୍କା ଦେବେ ବୋଲି କହିଥିବାରୁ ଶୁଭମ କୁମାର ନିଜ ସାଥିରେ ଉକ୍ତ ଗଂଜେଇ ନେଇ ଯାଉଥିବା ପୁଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି। ଜଣେ ୧୪ବର୍ଷର ନାବାଳକ ଠାରୁ ଗଂଜେଇ ଜବତ କରାଯାଇ ତାକୁ ବାଳ ସ୍ୱଧାର ଗୃହକୁ ପଠାଯାଇଥିବା ଜିଆରପିଏସ ପକ୍ଷରୁ ସୂଚନା ମିଳିଛି।

Advertisment

ଗଂଜେଇ ବେପାରରେ ଦିଲ୍ଲୀର ନାବାଳକ

ଗିରଫ ନାବାଳକ ଜଣକ ହେଲେ ଶୁଭମ  କୁମାର (୧୪) (ଛଦ୍ମନାମ)। ତା’ର ଘର ଦିଲ୍ଳୀରେ ବୋଲି ଜଣାପଡ଼ିଥିବା ବେଳେ ସେ ଆଉ ଜଣେ ୧୪ବର୍ଷିୟ ସାଙ୍ଗ ସହ ରାୟଗଡ଼ା ବୁଲିବାକୁ ଆସିଥିଲେ। ଗଂଜେଇ ସହ ଶୁଭମକୁ ପୁଲିସ ଧରିଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଫେରାର ହୋଇଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଜବତ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ଟଙ୍କା ହୋଇଥିବା ବେଳେ ରାୟଗଡ଼ାରୁ ଏହା ରାୟପୁରକୁ ନାବାଳକ ହାତରେ ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ପୋଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: Amol Muzumdar: ସ୍ବପ୍ନର କେବେ ମୃତ୍ୟୁ ନାହିଁ: ଅମୋଲଙ୍କ ଅମୂଲ୍ୟ ଅବଦାନ, ବିଶ୍ବବିଜୟୀ ମହିଳାଙ୍କ ପଛରେ ଜଣେ ପୁରୁଷଙ୍କ ହାତ…

ଟ୍ରେନ୍‌ରେ ଚାଲାଣ ପାଇଁ ଷ୍ଟେସନରେ ଅପେକ୍ଷା

ବିଶାଖାପଟନମ-କୋରବା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଶୁଭମ ଓ ତା ସାଙ୍ଗ ରାୟଗଡ଼ା ରେଳ ଷ୍ଟେସନରେ ରାତ୍ର ୮ଟା ବେଳେ ରେଳ ଟିକଟ ସହ ଟ୍ରେନକୁ ଅପେକ୍ଷା କରୁଥିବା ବେଳେ ଜିଆରପି ଡିଏସିପ ପ୍ରଭାତ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ପ୍ଳାଟଫର୍ମରେ ନିୟମିତ ଯାଂଚ ପାଇଁ ପୋଲିସ ଟିମ୍ ବାହାରିଥିବା ବେଳେ ପ୍ଳାଟଫର୍ମ ନଂ-୫ରେ ଶୁଭମ ପାଖରେ ଥିବା ବ୍ୟାଗକୁ ସନ୍ଦେହ କରି ଯାଂଚ କରାଯାଇଥିଲା। ଯେଉଁଥିରେ ଗଂଜେଇ ଥିବା ପୁଲିସ ଜାଣିବାକୁ ପାଇବା ପରେ ଶୁଭମକୁ ଥାନାକୁ ଆଣି ପଚାରାଉଚୁରା କରିବା ପରେ ଏନ୍‌ଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ନାବାଳକ ହାତରେ ଗଂଜେଇ ପଠାଇଲେ ପୁଲିସ ସଂଦେହ କରିବ ନାହିଁ ବୋଲି ଚିନ୍ତା କରି ଏହି ଚାଲାଣ ହେଉଥିବା  ଡିଏସପି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Kalinga Balijatra: ପାରାଦୀପ ହେବ ଗ୍ରୀନ୍‌ ହାଇଡ୍ରୋଜେନ୍‌ ହବ, ଖୁବ୍‌ ଶୀଘ୍ର ବିମାନବନ୍ଦର: ମୁଖ୍ୟମନ୍ତ୍ରୀ

ରିପୋର୍ଟ: ଶିବ ପ୍ରସାଦ ଦୋରା