ନୂଆଦିଲ୍ଲୀ: ବିହାରର ଗୟା ଜିଲ୍ଲାରେ ସ୍ତ୍ରୀ ଚାକିରି ପାଇବା ପରେ ସ୍ବାମୀଙ୍କୁ ପର କରି ଦେଇଥିବାର ଏକ ଖବର ସାମ୍ନାକୁ ଆସିଛି।  

Advertisment

ସୂଚନାଯୋଗ୍ୟ, ଗୟା ଜିଲ୍ଲାର ଶେରଘାଟି ପୁଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମପୁର ପଞ୍ଚାୟତର ଭୁଜାଲ ଗ୍ରାମ ନିବାସୀ ମିଥିଲେଶ କୁମାରଙ୍କ ବିବାହ ଝାଡ଼ଖଣ୍ଡର ହଣ୍ଟରଗଞ୍ଜର ପ୍ରୀତି କୁମାରୀଙ୍କୁ ସହିତ ହୋଇଥିଲା। ବିବାହ ପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା। ବିବାହ ପରେ ଏକ ସନ୍ତାନ ମଧ୍ୟ ଜନ୍ମ ହେଇଥିଲା। ଯାହାର ବୟସ ବର୍ତ୍ତମାନ ୬ ବର୍ଷ ରହିଛି।

ଉଭୟଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିଥିଲା । ମିଥିଲେଶଙ୍କ ପତ୍ନୀ ପ୍ରୀତି କୁମାରୀ ୨୦୨୧ରେ ବିଏମପିରେ ଚାକିରି ପାଇ ବୌଦ୍ଧଗୟା ପୋଷ୍ଟିଂ  ହୋଇଯାଇଥିଲେ। ଚାକିରି ପାଇବା ପରେ ପ୍ରୀତି ଧୀରେ ଧୀରେ ତାଙ୍କ ସ୍ୱାମୀଙ୍କଠାରୁ ଦୂରେଇ ଯିବାକୁ ଲାଗିଥିଲେ । ଏବେ ସେ ସ୍ବାମୀଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ରଖିବାକୁ ପ୍ରସ୍ତୁତ ନାହାନ୍ତି। 

ମିଥିଲେଶ କୁମାର ଗୟା ଏସଏସପିଙ୍କୁ ଏକ ଲିଖିତ ଆବେଦନ କରି କହିଛନ୍ତି, ‘ପ୍ରୀତି ମୋ ସହିତ କି ମୋ ପରିବାର ସହିତ ଆଉ ରହିବାକୁ ଚାହୁଁନାହାନ୍ତି। ଏମିତି କି ମୋ ଛୁଅ ସହିତ ବି ଭେଟ କରିବାକୁ ଦେଉ ନାହାନ୍ତି। ବିଏମପିରେ ସ୍ତ୍ରୀର ଚାକିରି ହୋଇଯାଉ ଏଥିପାଇଁ ମୁଁ ଖୁବ ପରିଶ୍ରମ କରିଥିଲି। ମୁଲ ଲାଗି ପ୍ରୀତିଙ୍କୁ ପାଠପଢ଼ିବା ପାଇଁ ଟଙ୍କା ଦେଇଛି। କିନ୍ତୁ ସେ ଚାକିରୀ ପାଇ ଯିବା ପରେ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛନ୍ତି।  

ଏହି କ୍ରମରେ ମହିଳା କନଷ୍ଟେବଳ ପ୍ରୀତି କୁମାରୀ କହିଛନ୍ତି, ‘ସ୍ବାମୀଙ୍କ ନିର୍ଯା୍ତନା ଅସହ୍ୟ ହୋଇଯାଇଛି। ସେ ମୋତେ ଯୌତୁକଜନିତ ନିର୍ଯାତନା ଦେଇ ଆସୁଥିଲେ। ଭଗବାନଙ୍କ କୃପାରୁ ମୋର ଚାକିରି ହୋଇଯିବା ପରେ ମୋର ପିଲାକୁ ଧରି ମୁଁ ବୌଦ୍ଧଗୟା ଚାଲି ଆସିଛି। ସେ ଜୋରଜବରଦସ୍ତି ମୋ ଏଟିଏମ କାର୍ଡ ନେଇ ଟଙ୍କା ଉଠାଇ ଦେଇଥାଆନ୍ତି। ମୁଁ ବିଭାଗକୁ ଏନେଇ ଜଣାଇ ସାରିଛି। ମୁଁ ଆଉ ମିଥିଲେଶଙ୍କ ସହ ରହି ପାରିବି ନାହିଁ।’