ଗୟାଜୀ (ବିହାର): ବିହାରର ଗୟାଜୀର ବୈରାଗୀ ମହଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କିଛି ଯୁବକ ମିଶି ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଚାରି ଜଣ ଅପରାଧୀ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଉଛନ୍ତି। ତା'ପରେ ଗୋଟିଏ ପରେ ଗୋଟିଏ ଏପରି ଭାବେ ଯୁବକଙ୍କ ଛାତିରେ ଚାରୋଟି ଗୁଳି ଫୁଟାଇ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରୁଛନ୍ତି। 

ଏହି ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ମୃତକଙ୍କ ଯୁବକଙ୍କ ନାମ ସୁଭବ କୁମାର ଓ ବୟସ ୧୯ବର୍ଷ ଥିବା ଜଣାପଡ଼ିଛି। ସୁଭାବ କୁମାର ବୈରାଗୀ ମୋହଲ୍ଲାର ବାସିନ୍ଦା ଥିବା ଉପେନ୍ଦ୍ର ପାସୱାନଙ୍କ ପୁଅ ବୋଲି ଚିହ୍ନଟ କରାଯାଇଛି।

ଅଧିକପଢ଼ନ୍ତୁ: ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ

ସ୍ଥାନୀୟଲୋକଙ୍କ କହିବାନୁସାରେ, ମୃତ ଯୁବକଙ୍କ ବାପା ଉପେନ୍ଦ୍ର ପାସୱାନଙ୍କର ଗତ ପାଞ୍ଚ ବର୍ଷ ଧରି ପଡ଼ୋଶୀର ଜଣେ ଯୁବକଙ୍କ ସହିତ ବିବାଦ ଲାଗି ରହିଥିଲା  । ପୁରୁଣା ବିବାଦକୁ କେନ୍ଦ୍ର କରି ସୁଭବ କୁମାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋତୱାଲି ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।  

ଅଧିକପଢ଼ନ୍ତୁ: ସୁରକ୍ଷାରେ ବଡ଼ ତ୍ରୁଟି: ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର

ଗୁଳିକାଣ୍ଡ ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଜବତ କରି ଯାଞ୍ଚ କରୁଛି । ଯାହାକୁ ଆଧାର କରି ଅପରାଧୀଙ୍କୁ ଚିହ୍ନଟ କରିବାରେ ସୁବିଧା ହେବ ବୋଲି ପୁଲିସ କହିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଖୋଜା ଚାଲିଛି। ପ୍ରତ୍ୟେକ ଦିଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Shotdead Diwali