ଧାର୍‌ ନେଇଥିବା ଟଙ୍କା ମାଗିବାରୁ ହେଡ୍‌ କନେଷ୍ଟବଳଙ୍କ ଅଶ୍ଲୀଳ ଭିଡିଓ ବନାଇ ପ୍ରଥମେ ଶାରୀରିକ ସଂପର୍କ ରଖିବା ଓ ପରେ ବିବାହ କରିବାକୁ କହିଥିଲେ ମହିଳା ହୋମଗାର୍ଡ, ତା’ ପରେ…..

ଗାଜିଆବାଦ୍‌ : ଗାଜିଆବାଦ୍‌ରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ହେଡ୍‌ କନେଷ୍ଟବଳଙ୍କ ଅଶ୍ଲୀଳ ଭିଡିଓ ବନାଇ ପରେ ଦୁଷ୍କର୍ମର ମିଛ ମାମଲାରେ ଫସାଇବାର ଧମକ ଦେଇଥିଲେ ମହିଳା ହୋମଗାର୍ଡ । ଧମକ ଦେଇ ଶାରୀରିକ ସଂପର୍କ ରଖିବା ସହ ବିବାହର ପ୍ରସ୍ତାବ ମଧ୍ୟ ଦେଇଥିଲେ ଅଭିଯୁକ୍ତ ମହିଳା । କିନ୍ତୁ ଶେଷରେ ମହିଳାଙ୍କ ଧମକୁ ଖାତିର୍‌ ନ କରି ପୀଡ଼ିତ ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

oneindia.com

ସୂଚନା ମୁତାବକ, ଦୁଇ ବର୍ଷ ତଳେ ପୀଡ଼ିତ ହେଡ୍‌ କନେଷ୍ଟବଳ ମହିଳାଙ୍କୁ ଭେଟିଥିଲେ । ଅଭିଯୁକ୍ତ ମହିଳା ନିଜକୁ ବିଧବା ବୋଲି କହିବା ସହ ତାଙ୍କର ଗୋଟେ ପୁଅ ଥିବା କହିଥିଲେ । ଧିରେ ଧିରେ ବନ୍ଧୁତା ବଢ଼ିବା ପରେ ମହିଳା ଖର୍ଚ୍ଚ ପାଇଁ ପୀଡ଼ିତଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ । ଦିନେ ପୁଅର ଚିକିତ୍ସା ପାଇଁ ଟଙ୍କା ମାଗିବାରୁ ପୀଡ଼ିତ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ଦେବାର ମାସକ ମଧ୍ୟରେ ଅଭିଯୁକ୍ତ ମହିଳା ତାଙ୍କୁ ୨୦,୦୦୦ଟଙ୍କା ଫେରାଇ ଦେଇଥିଲେ । ବାକି ଟଙ୍କା ମାଗିବାରୁ ପୀଡ଼ିତଙ୍କୁ ନିଜ ଘରକୁ ଡ଼ାକି ତାଙ୍କୁ ନିଶା ଦେବା ସହ ତାଙ୍କର ଅଶ୍ଲୀଳ ଭିଡିଓ ବନାଇଥିଲେ ଅଭିଯୁକ୍ତ ମହିଳା । ପରେ ସେହି ଭିଡିଓ ଭାଇରାଲ କରିବାର ଧମକ ଦେଇ ତାଙ୍କ ସହ ଅଭିଯୁକ୍ତ ମହିଳା ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ । ଭିଡିଓ ଭାଇରାଲ ଡ଼ରରେ ପୀଡ଼ିତ ଟଙ୍କା ମାଗିବାକୁ ସାହାସ କରୁ ନଥିବା ବେଳେ ବିବାହର ପ୍ରସ୍ତାବ ରଖିଥିଲେ ମହିଳା । ପୀଡ଼ିତ ପୂର୍ବରୁ ବିବାହିତ ଥିବାରୁ ଏହି ପ୍ରସ୍ତାବକୁ ମାନିବାକୁ ରାଜି ହୋଇ ନଥିଲେ । ପରେ ନିଜ ପରିବାରକୁ ସବୁ ଜଣାଇ ପୁଲିସ ଷ୍ଟେସନରେ ମହିଳାଙ୍କ ବିରୋଧରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ ପୀଡ଼ିତ । ଏବେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର