ଶ୍ରେଣୀଗୃହରେ ଛାତ୍ରକୁ ଶିକ୍ଷକ ଗାଳି ଦେବାରୁ ବିଚ ରାସ୍ତାରେ ସାଙ୍ଗମାନଙ୍କ ସହ ମିଶି ଫୁଟାଇଲା ଗୁଳି

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୁରାଦନଗରରେ ସ୍କୁଲରେ ଜଣେ ଶିକ୍ଷକ ଛାତ୍ରକୁ ଗାଳି କରିବାରୁ ସେ ଗୁଳି ଚଳାଇ ଦେଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ପୀଡିତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି।

ସୂଚନା ଅନୁଯାୟୀ, ଶିକ୍ଷକ ଜଣକ ହେଲେ ସଚିନ ତ୍ୟାଗୀ। ସେ ସରସ୍ବତୀ ବିହାର କଲୋନୀସ୍ଥିତ କୃଷ୍ଣ ବିଦ୍ୟା ନିକଟରେ ସ୍କୁଲରେ ବାଣିଜ୍ୟ ଶିକ୍ଷକ ଅଛନ୍ତି। ସ୍କୁଲରେ ଅନ୍ୟ ପିଲାଙ୍କ ସହ ଖରାପ ଭାଷାରେ କଥା ହେଉଥିବାକୁ ନେଇ ଜଣେ ଛାତ୍ରକୁ ଗାଳି ଦେଇଥିଲେ। ।

ଶିକ୍ଷକଙ୍କ ଗାଳି ହେତୁ ଉକ୍ତ ଛାତ୍ରକୁ ଶ୍ରେଣୀଗୃହରେ କିଛି ପିଲା ଚିଡ଼ାଇଥି‌ଲେ। ଏହାକୁ କେନ୍ଦ୍ରକରି ଛାତ୍ର ପ୍ରତିଶୋଧ ନେବାକୁ ଶନିବାର ଅପରାହ୍ନ ପାଖାପାଖି ୨ଟା ସମୟରେ ସ୍କୁଲ ଛୁଟି ହେବାପରେ ଶିକ୍ଷକଙ୍କ ଉପରେ ଗୁଳି ଚଳାଇଥିଲା। ଛାତ୍ର ଗୁଳି ମାଡ଼ରେ ଶିକ୍ଷକ ଗୁରୁତର ହୋଇଥିଲେ। ସୌଭାଗ୍ୟବଶତଃ ଏଥିରେ ତାଙ୍କର ଜୀବନ ବଞ୍ଚି ଯାଇଛି।

ଶିକ୍ଷକଙ୍କ ଅଭିଯୋଗ କ୍ରମେ ଛାତ୍ର ଓ ତା’ ସହଯୋଗୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଛି ପୁଲିସ।

ସମ୍ବନ୍ଧିତ ଖବର