ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରି ‌କିପରି ଲୋକପ୍ରିୟତା ସାଉଁଟି ହେବ ସେନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ ଦେଖିବାକୁ ମିଳିଛି। ଏହି କ୍ରମରେ ପିଲାଠାରୁ ବୃଦ୍ଧ ସମସ୍ତେ ସାମିଲ ହୋଇଛନ୍ତି। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରୁ ସାମ୍ନାକୁ ଆସିଛି। ଜଣେ ବୃଦ୍ଧ ରାସ୍ତାରେ ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟଣ୍ଟ ଦେଖାଉଥିବା‌ ନଜର ଆସିଛନ୍ତି। କିନ୍ତୁ ଏହି ଷ୍ଟଣ୍ଟ ତାଙ୍କୁ ମହଙ୍ଗା ପଡ଼ିଯାଇଛି।

Advertisment

ଗାଜିଆବାଦରେ ‘ବାଇକ ବାବା’ଙ୍କ ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବୃଦ୍ଧ  ଧଳା ରଙ୍ଗର ପୋଷାକ ପିନ୍ଧି ଏକ କଳା ରଙ୍ଗର ପଲସର ବାଇକରେ ରାସ୍ତାରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓ ପୁଲିସ ପାଖରେ ପହଞ୍ଚିବା ପରେ  ବୃଦ୍ଧଙ୍କ ବିରୋଧରେ ଏକ ଜରିମାନା ଲାଗୁ ‌ହୋଇଛି।  ‘ବାଇକ ବାବା’ଙ୍କ ପରିଚୟ ଏଯାବତ ଜଣାପଡ଼ି ନଥିବା ବେଳେ ପୁଲିସ  ତାଙ୍କର ଏହି ଭଳି କାମ ପାଇଁ ୨୬ହଜାର ୫୦୦ଟଙ୍କାର ଚାଲାଣ କାଟିଛି।

ବୃଦ୍ଧଙ୍କ ଷ୍ଟଣ୍ଟ ଦେଖି ଲାଗୁଛି ଯଦି ସାମାନ୍ୟ ବି ଭାରସାମ୍ୟ ବିଗିଡ଼ି ଯାଇଥାଆନ୍ତା, ତେବେ ବୃଦ୍ଧଙ୍କ ସହିତ ନିଶ୍ଚିତ ଏକ ଦୁର୍ଘଟଣା ଘଟିଥାଆନ୍ତା। ତେବେ ଏହି ଭିଡିଓ ଦେଖିବା ପରେ  ପୁଲିସ ଏଭଳି ଲୋକଙ୍କ ଠାରୁ ଚାଲାଣ କାଟିବା ସହିତ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅନେକ ଦାବି କରିଛନ୍ତି।