ନୂଆଦିଲ୍ଲୀ: ଗାଜିଆବାଦର ବିଜୟ ନଗର ପୁଲିସ ଷ୍ଟେସନ ପରିସରରେ ଜାତୀୟରାଜପଥ ୯ରେ ଥିବା ଏକ ପେଟ୍ରୋଲ ପମ୍ପରୁ ଗଣ୍ଡଗୋଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ବିଜୟନଗର ଅଞ୍ଚଳର ବାଇପାସରେ ଅବସ୍ଥିତ ଜୟ ପେଟ୍ରୋଲ ପମ୍ପରେ ଘଟିଥିବା କୁହାଯାଉଛି|
ଗତ ସୋମବାର ସନ୍ଧ୍ୟାରେ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଗ୍ରାହକଙ୍କ ମଧ୍ୟରେ ଝଗଡ଼ା ହୋଇଥିବା କୁହାଯାଉଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ପେଟ୍ରୋଲ ପମ୍ପ କର୍ମଚାରୀ ଜଣେ ମହିଳାଙ୍କୁ ଧକ୍କା ମାରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଝାଡ଼ୁରେ ପିଟୁଥିବା ଦେଖିବାକୁ ମିଳୁଛି।
ସୂଚନା ପାଇବା ପରେ ପୁଲିସ କହିଛି ଯେ ଗତ ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପେଟ୍ରୋଲ ପମ୍ପରେ ସିଏନଜି ମେସିନ ସ୍ଥାପିତ ହୋଇଛି। ଏହି ପେଟ୍ରୋଲ୍ ପମ୍ପରେ ଅଟୋ ଗୋଟିଏ ପଟେ ଗ୍ୟାସ୍ ଭରିବା ବେଳେ ଅନ୍ୟ ପଟେ କାର୍ ଏବଂ ବଡ ଗାଡିରେ ଗ୍ୟାସ ଭରାଯାଇଥାଏ। ତେବେ ସିଏନଜି ଭରିବା ପାଇଁ ଏକ କାର ଆସି ସେଠାରେ ଅଟକି ଥିଲା। କାରଟି ଭୁଲବଶତଃ ଅଟୋ ଲାଇନରେ ପଶି ଯାଇଥିଲା।
View this post on Instagram
କାର୍ ଆରୋହୀ ଭୁଲବଶତଃ ଅଟୋ ଲାଇନରେ ଗାଡ଼ିକୁ ପ୍ରବେଶ କରି ଦେଇଥିଲେ। ଏହି କାରଣରୁ କାର୍ ଚାଳକ ଏବଂ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ମାଡ଼ପିଟା ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା।
ଏହି ଘଟଣାକୁ ନେଇ ପୁଲିସ କହିଛି, ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-1-copy-41.jpg)