ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ଭିଡ଼ିଓରେ ବଜାରରେ ବିକ୍ରି ହେଉଥିବା ଅପରିଷ୍କାର ଖାଦ୍ୟ ସାମଗ୍ରୀର ଦୃଶ୍ୟ ଦେଖିବାକୁ ମିଳିଥାଏ। ସେହିପରି ରାସ୍ତାପାର୍ଶ୍ବରେ ଖାଦ୍ୟ ବିକ୍ରି କରୁଥିବା ବିକ୍ରେତା ଅପରିଷ୍କାର ଭାବେ ଖାଦ୍ୟ ପ୍ରସ୍ତୁତ କରୁଥିବାର ବି ଅନେକ ଭିଡିଓ ସାମ୍ନାକୁ ଆସିଛି। ଏମିତି ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି।
ଏହି ଭିଡିଓରେ ସିଙ୍ଗଡ଼ା ବିକ୍ରି କରୁଥିବା ଜଣେ କାରିଗର ଚପଲ ପିନ୍ଧି ବାଲଟି ଭିତରେ ଥିବା ଆଳୁଗୁଡ଼ିକୁ ଧୋଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ଦେଖିବାକୁ ମିଳୁଥିବା ହୋର୍ଡିଂ ଅନୁଯାୟୀ ଭିଡିଓ ଗାଜିଆବାଦର ‘କୁମାର ସୁଇଟଦସ କର୍ନର’ର ବୋଲି କୁହାଯାଉଛି। ଭିଡିଓଟିକୁ କେହିଜଣେ ଲୁଚିକି ପାଖ ଛାତରୁ ରେକର୍ଡ କରିଥିବା ଜଣାପଡ଼ିଛି। ଏହି ଭିଡିଓଟି ଦେଖି ଏତେ ଘୃଣା ଲାଗୁଛି କି ବାହାର ଖାଦ୍ୟ ଖାଇବା ଲୋକେ ଛାଡ଼ିଦେବେ।
गाजियाबाद में थूक वाली रोटी, समोसे में मेंढक की टांग और मल मूत्र वाला जूस कांड के बाद पेश है चप्पल पहनकर पैरों से कचौरी और समोसे बनाए जाने वाले आलू को धोने की वीडियो। #ghaziabad pic.twitter.com/XglFqSPivE
— Aviral Singh (@aviralsingh15) September 24, 2024
ଏହା ପ୍ରଥମ ଘଟଣା ନୁହେଁ, ଚଳିତମାସରେ ଗାଜିଆବାଦରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା। ଜଣେ ଲୋକପ୍ରିୟ ମିଠା ଦୋକାନୀ ଠାରୁ କ୍ରୟ କରାଯାଇଥିବା ସିଙ୍ଗଡ଼ାରୁ ବେଙ୍ଗର ଗୋଡ଼ ବାହାରିଥିବା ଅଭିଯୋଗ ହୋଇଥିଲା। ସିଙ୍ଗଡ଼ା କ୍ରୟ କରିଥିବା ଗ୍ରାହକ ଏହାର ଭିଡିଓ କରି ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।
ଗ୍ରାହକ ଅମନ କୁମାର ଅଭିଯୋଗ କରି କହିଥିଲେ, ‘ମୁଁ ନିକଟସ୍ଥ ମିଠା ଦୋକାନରୁ ଚାରିଟି ସିଙ୍ଗଡ଼ା କିଣି ଘରକୁ ଆଣିଥିଲି। ଘରେ ପହଞ୍ଚି ଯେତେବେଳେ ଖାଇବା ପାଇଁ ସିଙ୍ଗଡ଼ାକୁ ଭାଙ୍ଗିଥିଲି ସେଥିରୁ ବେଙ୍ଗର ଗୋଡ଼ ବାହାରିଥିଲା।