ଅଢ଼େଇ ବର୍ଷର ଶିଶୁ ସହ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ମାତ୍ର ୨୯ଦିନ ମଧ୍ୟରେ ମୃତ୍ୟୁ ଦଣ୍ଡ ଶୁଣାଇଲେ ଅଦାଲତ

ନୂଆଦିଲ୍ଲୀ: ଗତ ଅକ୍ଟୋବର ମାସରେ ଗାଜିଆବାଦର ଜଣେ ଅଢ଼େଇ ବର୍ଷର ଶିଶୁ ସହ ଦୁଷ୍କର୍ମ ହୋଇଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ଅତି ନିର୍ମମ ଭାବେ ଶିଶୁକୁ ହତ୍ୟା କରି ଫିଙ୍ଗି ଦେଇଥିଲା। ଏବେ କୋର୍ଟର ମାମଲା ଶୁଣାଣି ଆରମ୍ଭ ହେବାର ମାତ୍ର ୨୯ଦିନ ମଧ୍ୟରେ ଅଭିଯୁକ୍ତକୁ ଉଚିତ୍ ଦଣ୍ଡ ଦେଇଛନ୍ତି ବିଚାରପତି। ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି ପୋକ୍ସୋ ଅଦାଲତ।

Ghaziabad man gets death sentence for raping, murdering friend's 2-year-old daughter | India News – India TV
India TV News

ସୂଚନା ମୁତାବକ, ଅକ୍ଟୋବର ୧୯, ୨୦୨୦ରେ ପୀଡ଼ିତାଙ୍କ ବାପାଙ୍କ ସାଙ୍ଗ ତାଙ୍କୁ ଉଠାଇ ନେବା ସହ ଦୁଷ୍କର୍ମ କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ପୀଡ଼ିତାଙ୍କୁ ନପାଇ ଖୋଜାଖୋଜି କରିବା ପରେ ଗାଜିଆବାଦର କବି ନଗର ଅଞ୍ଚଳରେ ତାଙ୍କର ମୃତଦେହ ମିଳିଥିଲା। ଘଟଣା ସଂପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତକୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିବା ବେଳେ ଡିସେମ୍ବର ୨୯ରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଏହା ପ‌ରେ ଶୁଣାଣି କରାଯାଇ ଅଭିଯୁକ୍ତକୁ ବୁଧବାର ପୋକ୍ସୋ ଅଦାଲତର ବିଚାରପତି ମହେନ୍ଦ୍ର ଶ୍ରୀବାସ୍ତବ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର