ଚାକିରି ଛାଡ଼ି ଅନ୍ୟ ସ୍ଥାନକୁ ପଳାଉ ଥିବାରୁ ରାଗରେ ସହକର୍ମୀଙ୍କ ଉପରେ ଏସିଡ୍‌ ଫିଙ୍ଗିଲେ ମହିଳା

ଗାଜିଆବାଦ୍‌ : ଗୋଟିଏ ସମ୍ପର୍କ ଗଢ଼ିବା ପାଇଁ ବର୍ଷ ବର୍ଷ ସମୟ ଲାଗୁଥିବା ବେଳେ ତାକୁ ଭାଙ୍ଗିବା ପାଇଁ ଅଳ୍ପ କେତେ ସେକେଣ୍ଡ ଲାଗିଥାଏ । ଏଇ କଥାକୁ ସତ ପ୍ରମାଣ କରିଛି ଗାଜିଆବାଦ୍‌ରେ ଘଟିଥିବା ଘଟଣା । ନିଜ ବହୁ ଦିନର ସାଙ୍ଗ ଦୂରକୁ ଯାଉଥିବାର ଦେଖି ନ ପାରି ରାଗରେ ପାଗଳ ପ୍ରାୟ ହୋଇ ତାଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଛନ୍ତି ଜଣେ ମହିଳା । ଏହି ଘଟଣାଟି ଦିଲ୍ଲୀର ମୋହନ ନଗରରେ ଘଟିଥିବା ବେଳେ ପୀଡ଼ିତାଙ୍କ ସମେତ ଅନ୍ୟ ୪ଜଣ ମଧ୍ୟ ଏସିଡ଼୍‍ ମାଡ଼ର ଶିକାର ହୋଇଥିବା ଜଣା ପଡ଼ିଛି । ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ସବୁ ଦିଗକୁ ଆଖି ଆଗରେ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ଅଭିଯୁକ୍ତ ମହିଳା ଏବଂ ପୀଡ଼ିତା ଦୁଇ ଜଣ ନୋଏଡ଼ାରେ ଥିବା ଏକ ଅଫିସରେ କାମ କରୁଥିଲେ । ପୀଡ଼ିତାଙ୍କୁ ଅନ୍ୟ ସ୍ଥାନରେ ଭଲ ଚାକିରି ମିଳିଯିବା ପରେ ସେ ସହର ଛାଡ଼ିଦେବେ ବୋଲି ଅଭିଯୁକ୍ତ ମହିଳାଙ୍କୁ ଜଣାଇଥିଲେ । ଏ ବିଷୟରେ ଜାଣିବା ପରେ ମହିଳା ଜଣଙ୍କ ତାଙ୍କୁ ମିଳିଥିବା ଚାକିରି ଛାଡ଼ି ଦେବାକୁ କହିଥିଲେ । କିନ୍ତ ପୀଡ଼ିତା ଜଣଙ୍କ ଏହା ତାଙ୍କ ପାଇଁ ଭଲ ସୁଯୋଗ କହି ସେ ଏ ଚାକିରି ଛାଡ଼ି ପାରିବେ ନାହିଁ ବୋଲି କହିଥିଲେ । ଏଥିରେ ରାଗି ଯାଇ ମହିଳା ଜଣଙ୍କ ୪ଜଣ ଲୋକଙ୍କ ସାହାଯ୍ୟରେ ପୀଡ଼ତାଙ୍କ ଉପରକୁ ଏସିଡ଼୍‍ ମାଡ଼ କରିବାର ଯୋଜନା ତିଆରି କରିଥିଲେ ।

Morocco World News

ପୀଡ଼ିତା ଜଣଙ୍କ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିଲେ । ପୀଡ଼ିତାଙ୍କ ସମେତ ଅଟୋରେ ବସିଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ । ସମସ୍ତଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗମ୍ଭୀର ଅଛି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର