ବୋହୂର ଓଢ଼ଣା ଖୋଲିବାରୁ ଶଶୁରଘର ଲୋକଙ୍କର ଉଡ଼ିଲା ଚେତା, ଓଲଟା ପଠାଇଦେଲେ ବାପଘର

ଲକ୍ଷ୍ନୌ: ପୂର୍ବରୁ ବିବାହରେ ବର, କନ୍ୟା ବଦଳ ଘଟଣା ବହୁତ ଘଟୁଥିଲା। ଯୁଗ ବଦଳିବା ସହ ଲୋକେ ଚତୁର ହେଲେଣି। ସେପରି ଘଟଣା ଏବେ ପ୍ରାୟ ନାହିଁ କହିଲେ ଚଳେ। ହେଲେ ଆପଣ ଭାବନ୍ତୁନି ଯେ ଜଣକୁ ଦେଖାଇ ଅନ୍ୟ ଜଣଙ୍କୁ ବିବାହ କରାଇବା ଘଟଣା ଜମା ବି ଘଟୁନାହିଁ। ନିକଟରେ ଉତ୍ତରପ୍ରଦେଶରେ ସେପରି ଏକ ଘଟଣା ସାମ୍ନାକୁ ଆସିଛି।

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଏକ ବିବାହରେ ଧୋକା ହୋଇଥିବା ଅଭିଯୋଗ ହୋଇଛି। ଏକ ବାହାଘର ସରିବା ପରେ ବର ପକ୍ଷ ଲୋକ ଅଭିଯୋଗ ଆଣିଛନ୍ତି ଯେ କନ୍ୟା ପକ୍ଷ ଲୋକ ସାନ ଭଉଣୀଙ୍କୁ ଦେଖାଇ ବଡ଼ ଭଉଣୀଙ୍କର ବିବାହ କରାଇଛନ୍ତି।

ବେଦୀରେ ବର ବସିଥିଲେ, କନ୍ୟା ବି ବସିଥିଲେ। ବେଦୀ ଉପରେ ପୂରା ବିବାହ ସମୟରେ ଓଢ଼ଣା ପଡ଼ିଥିଲା କନ୍ୟାଙ୍କ ମଥାରେ। ତାପରେ ବିବାହ ପରେ ଝିଅ ବିଦା ବି ହୋଇଥିଲା। ଯେତେବେ‌‌ଳେ ବର, କନ୍ୟା ଯାଇ ଘରେ ପହଞ୍ଚିଲେ ତ ବରଙ୍କ ଘରେ ମୁହଁ ଦେଖା ରୀତିର ଆୟୋଜନ ହେଲା। ସେହି ସମୟରେ କନ୍ୟ‌ାଙ୍କ ଓଢ଼ଣା ଟେକି ଦେବା ପରେ ସମସ୍ତେ ଚମକି ପଡ଼ିଲେ। କାରଣ ସେମାନେ ଯାହାକୁ ଦେଖି ବୋହୂ କରିବାକୁ ଜବାବ ଦେଇଥିଲେ ଓଢ଼ଣା ତଳେ ସିଏ ନଥିଲେ, ଥିଲେ ତ‌ାଙ୍କ ବଡ଼ ଭଉଣୀ।

ରାଗରେ ଆସି ବର ପକ୍ଷ ଲୋକ ତୁରନ୍ତ କନ୍ୟା‌ଙ୍କୁ ତ‌ାଙ୍କ ବାପଘରକୁ ପଠାଇ ଦେଲେ। ଏବେ ନ୍ୟାୟ ନମିଳିଲେ ବର ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି। ଏହି ମାମଲାଟି ହେଉଛି ଜିଲ୍ଳାର ହଜରତ ନଗର ଗଢ଼ି ଥାନା ଅଞ୍ଚଳର କଟୌଲୀ ଗ୍ରାମର।

ସମ୍ବନ୍ଧିତ ଖବର