ଅନ୍ୟ କୌଣସି ବାଟ ନ ପାଇ ଦଶମ ପରୀକ୍ଷା ଖାତାରେ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଲେଖିଲେ ପୀଡ଼ିତା, ତା’ ପରେ…

ଗୁରୁଗ୍ରାମ: ଗୁରୁଗ୍ରାମରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଯେଉଁ ଭଳି ଭାବରେ ନିଜ ସହ ହେଉଥିବା ଯୌନ ଶୋଷଣର ମାମଲା ସାମ୍ନାକୁ ଆଣିଥିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ସହ ଘଟୁଥିବା ଶୋଷଣ ବିଷୟରେ ସେ କାହାକୁ କହି ପାରୁ ନଥିବା ବେଳେ ଏହାକୁ ପୁଲିସ ପାଖରେ ପହଞ୍ଚାଇବା ପାଇଁ ସେ ଏକ ଭିନ୍ନ ଉପାୟ ଆପଣାଇଥିଲେ । ଦଶମ ପରୀକ୍ଷା ଚାଲୁଥିବା ବେଳେ ସେ ପ୍ରଶ୍ନର ଉତ୍ତର ନ ଲେଖି ନିଜ ସହ ଘଟୁଥିବା ଯୌନ ଶୋଷଣ ବିଷୟରେ ପରୀକ୍ଷା ଖାତାରେ ଲେଖିଥିଲେ ।

ଯାହାକୁ ଦେଖିବା ପରେ ସ୍କୁଲର ଶିକ୍ଷୟିତ୍ରୀ ପୁଲିସରେ ଅଭିଯୋଗ କରି ପୀଡ଼ିତାଙ୍କ ଦାଦା ଏବଂ ସଂପର୍କୀୟ ଭାଇଙ୍କୁ ଗିରଫ କରାଇଥିଲେ । ଗିରଫ ହେବା ପରେ ପୀଡ଼ିତାଙ୍କ ଦାଦାଙ୍କୁ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅଭିଯୁକ୍ତ ଭାଇକୁ ଫରିଦାବାଦ୍‌ରେ ଥିବା ବାଲ ସୁଧାର ଗୃହକୁ ପଠାଯାଇଥିବା ଜଣା ପଡ଼ିଛି ।

SheThePeople

ସୂଚନା ମୁତାବକ, ପୀଡ଼ିତା ଏ ବିଷୟରେ ନିଜ ମାତା-ପିତାଙ୍କୁ କହିବାକୁ ସାହାସ କରି ପାରୁ ନଥିବାରୁ ପରୀକ୍ଷା ଖାତାରେ ଲେଖି ସମସ୍ତଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ପଡ଼ୋଶୀ ଘରେ ରହୁଥିବା ଦାଦା ଏବଂ ସଂପର୍କୀୟ ଭାଇ ସବୁ ବେଳେ ପୀଡ଼ିତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରୁଥିଲେ । ଯାହା ପାଇଁ ପୀଡ଼ିତା ମାନସିକ ସ୍ତରରେ ଚିନ୍ତିତ ରହି ଆସୁଥିଲେ ।

ସମ୍ବନ୍ଧିତ ଖବର