କଥା ‌ହେବା ବନ୍ଦ କରିଦେବାରୁ ଯୁବତୀଙ୍କୁ ଏସିଡ୍‌ ଆକ୍ରମଣ, ବନ୍ଧା ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁର ଜିଲ୍ଳାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରବିବାର ସଂଧ୍ୟାରେ ଏକ ଛୋଟ କଥାକୁ ନେଇ ଜଣେ ଯୁବତୀଙ୍କ ଉପରେ ଏସିଡ୍‌ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଲିସ୍‌ ଅଭିଯୁକ୍ତକୁ ଧରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଏସିଡ୍‌ ଆକ୍ରମଣର କିଛି ସମୟ ମଧ୍ୟରେ ପୀଡ଼ିତାଙ୍କୁ ତୁରନ୍ତ ଏକ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ମିରଟ୍‌ର ଏକ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ରବିବାର ସଂଧ୍ୟା ପ୍ରାୟ ୭.୩୦ ସମୟରେ ଏହି ଘଟଣା ଘଟିଥିଲା। ପୀଡ଼ିିତା ଏବେ ବିପଦମୁକ୍ତ ଅଛନ୍ତି ବୋଲି ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

 

ଅଭିଯୁକ୍ତ ଜଣକ ହେଉଛନ୍ତି ରୋହିଲ୍‌ ଖାନ୍‌। ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ରୋହିଲ୍‌ଙ୍କ ସହ ପୀଡ଼ିତା ଯୁବତୀ ଜଣକ କଥା ହେବା ବନ୍ଦ କରିଦେବା କାରଣରୁ ସେ ରାଗରେ ଆସି ପ୍ରତିଶୋଧ ନେବା ପାଇଁ ପୀଡ଼ିତାଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିଲେ। ଅଭିଯୁକ୍ତଙ୍କୁ ପୁଲିସ୍‌ ହେପାଜତରେ ନିଆଯିବା ବେଳେ ସେ ସମୟର ଏକ ଭିଡିଓ କ୍ଲିପ୍‌କୁ ଟ୍ବିଟ୍‌ରରେ ପୋଷ୍ଟ୍‌ କରିଛି ହାପୁର୍‌ ପୁଲିସ୍।

ସମ୍ବନ୍ଧିତ ଖବର