ନିଜ ମହିଳା ସହକର୍ମୀଙ୍କୁ ବିବାହ କରିବା ପାଇଁ ଝିଅରୁ ପୁଅ ହେଲେ ମହିଳା, କିନ୍ତୁ…..

ଥିରୁବନନ୍ତପୁରମ୍‌ : ପ୍ରଥମେ ସହକର୍ମୀରୁ ବନ୍ଧୁ,ପରେ ଭଲ ପାଇବା ଏବଂ ଶାରୀରିକ ସଂପର୍କ ରଖିବା ପରେ ବିବାହ କରିବା ପାଇଁ କେରଳର ଜଣେ ଯୁବତୀ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । କିନ୍ତୁ ମହିଳାରୁ ପୁରୁଷ ହେବା ପରେ ତାଙ୍କର ମହିଳା ସହକର୍ମୀ ତାଙ୍କୁ ଧୋକା ଦେଇଥିଲେ । ଏବେ ପୀଡ଼ିତ ଦୀପୁ ଆର୍‌ ଦର୍ଶନ ଏ ନେଇ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏକ ଘରୋଇ କମ୍ପାନୀରେ ଦୀପୁଙ୍କ ସହ କାମ କରୁଥିଲେ ସପନା । ଦୀପୁଙ୍କ ଚେହେରା ଦେଖି ତୁମେ ପୁଅ ହୋଇଥିଲେ,ମୁଁ ତୁମକୁ ବିବାହ କରିଥାନ୍ତି ବୋଲି କହୁଥିଲେ ସପ୍‌ନା । ଏହା ଶୁଣି ଏଇଟା ତ ଆର ଜନ୍ମରେ ସମ୍ଭବ ବୋଲି କହୁଥିଲେ ଦୀପୁ । ପ୍ରଥମେ ଦୀପୁ ଏହାକୁ ଥଟ୍ଟାରେ ନେଉଥିବା ବେଳେ ସେ ଏ ନେଇ ଗମ୍ଭୀର ହେବାକୁ ଲାଗିଥିଲେ । ଧିରେ ଧିରେ ସପ୍‌ନା ଦୀପୁଙ୍କୁ ନିଜ ସ୍ୱାମୀ ଭାବରେ ଦେଖିବା ଆରମ୍ଭ କରିଥିଲେ । ଦୁହେଁ ସ୍ୱାମୀ-ସ୍ତ୍ରୀର ସଂପର୍କରେ ବାନ୍ଧି ହୋଇ ଚାଲିଥିଲେ । ପରେ ସପ୍‌ନା ଦୀପୁଙ୍କୁ ଲିଙ୍ଗ ପରିବର୍ତ୍ତନ କରିବା କଥା କହିବା ପରେ ସେ ଅକ୍ଟୋବର ୨୫ରେ ଲିଙ୍ଗ ପରିବର୍ତ୍ତନ କରି ଅର୍ଚ୍ଚନାରୁ ଦୀପୁ ବନି ଯାଇଥିଲେ । କିନ୍ତୁ ସର୍ଜରୀ କରି ଘରକୁ ଫେରିବା ପରେ ସପ୍‌ନା ଘରୁ ଚାଲିଯାଇଥିଲେ । ଏହା ସହ ପରେ ସେ ଦୀପୁଙ୍କ କୌଣସି ମେସେଜ୍‌ ଏବଂ ଫୋନ କଲ୍‌ର ଜବାବ ଦେଇ ନ ଥିଲେ ।

lindaklaffey.com

ଯାହା ପରେ ଦୀପୁ ପୁଲିସରେ ସପ୍‌ନାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ସପ୍‌ନା ଧୋକା ଦେଇଥିବା ଅଭିଯୋଗ କରି ଦୀପୁ ସପ୍‌ନାଙ୍କୁ ଖୋଜିବା ପାଇଁ କହିଥିଲେ । କିନ୍ତୁ ପୁଲିସ ମାମଲା ରୁଜୁ କରିବା ପରିବର୍ତ୍ତେ ଏହି ମାମଲାର ସମାଧାନ ଦୁଇ ଜଣଙ୍କ ପରିବାର ମିଶି କରନ୍ତୁ ବୋଲି କହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର