ଏକତରଫା ଭଲ ପାଉଥିବା ପ୍ରେମିକର ଆକ୍ରମଣରେ କ୍ଷତାକ୍ତ ହେଲେ ବିବାହିତା ମହିଳା, ମୁହଁରେ ପଡ଼ିଲା ୪୫ଟି ଷ୍ଟିଚ୍‌

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକତରଫା ପ୍ରେମ କରି ଜଣେ ଯୁବକ ଜଣେ ବିବାହିତା ମହିଳା ଓ ତାଙ୍କ ଭାଇଙ୍କୁ କ୍ଷତାକ୍ତ କରିଥିବା ଘଟଣା ସାମ୍ନାକୁ ଆସିଛି। ଗଭୀର ଭାବେ ଆହତ ହୋଇଥିବା ଭାଇ-ଭଉଣୀଙ୍କୁ ଏମବାଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏକ ତରଫା  ଭଲ ପାଉଥିବା ଯୁବକଙ୍କ ଆକ୍ରମଣରେ ମହିଳାଙ୍କ ଦୁଇଟି ଗାଲରେ ୪୫ଟି ଷ୍ଟିଚ୍‌ ପକାଇବାକୁ ପଡ଼ିଥିଲା। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ଏଭଳି ଏକ ଲୋମଟାଙ୍କୁରା ଘଟଣା ଇନ୍ଦୋରର ଆଜାଦ୍‌ନଗରରେ ଘଟିଛି। ଗତ ମଙ୍ଗଳବାର ରାତିରେ ଜଣେ ମହିଳା ବିବାହର ତିନିବର୍ଷ ପରେ ନିଜ ବାପ ଘରକୁ ବୁଲିବାକୁ ଆସିଥିଲେ।  ଏ ଖବର  ମହିଳାଙ୍କୁ ଏକତରଫା ଭଲ ପାଉଥିବା  ଯୁବକଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଯୁବକ ଜଣକ ମହିଳାଙ୍କ ଘର ଭିତରେ ଜୋରଜବଦସ୍ତି ପଶି ବ୍ଲେଡରେ ଯୁବତୀଙ୍କ ଉପରକୁ ଆକ୍ରମଣ କରିଥିଲା। ଏଥିରେ ଯୁବତୀ ଓ ତାଙ୍କ ଭାଇ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲରେ ଦୁହିଁଙ୍କୁ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଅଶୋକକୁ ଗିରଫ କରିଛି। ଅଶୋକର କହିବା ଅନୁସାରେ, ସେ ଯୁବତୀଙ୍କୁ ଭଲ ପାଉଥିଲା। କିନ୍ତୁ ଯୁବତୀଙ୍କ ପରିବାରଲୋକ ତାଙ୍କୁ ଅନ୍ୟତ୍ର ବିବାହ ଦେଇଥିଲେ। ଏବେ ଯେତେବେଳେ ସେ ଯୁବତୀଙ୍କୁ ଦେଖିଥିଲେ ତାଙ୍କ ରାଗ ହୋଇଥିଲା। ଫଳରେ ସେ ଏଭଳି ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର