ଗଛ ଓପାଡ଼ି ‌ଦେବାରୁ କିରୋସିନ ଢ଼ାଳି ୧୨ବର୍ଷ ପିଲାକୁ ଜାଳି ଦେଲେ ପଡ଼ିଶା

ନୂଆଦିଲ୍ଲୀ: ବିହାରର ବେଗୁସରାଏରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୨ବର୍ଷ ଝିଅକୁ ପଡ଼ିଶାଲୋକେ କିରୋସିନ ଢ଼ାଳି ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ବରୋନି ଥାନା ନିଙ୍ଗା ପଞ୍ଚାୟତର ଶିବରୋନା ଗ୍ରାମରେ ରହୁଥିବା ଝିଅ ଗତ ଶୁକ୍ରବାର ଘର ବାହା‌ରେ ଖେଳୁଥିଲା। ଏହି ସମୟରେ ଝିଅଟି ପଡ଼ିଶାରେ ରହୁଥିବା ସିକନ୍ଦର ଯାଦବଙ୍କ ଘରେ ଲାଗିଥିବା କୁନ୍ଦୁରି ଗଛକୁ ଓପାଡ଼ି ଦେଇଥିଲା। ଝିଅଟି ଗଛ ଓପାଡ଼ି ଦେଇଥିବା ଯେତେବେଳେ ପଡ଼ିଶାଘର ଲୋକ ଦେଖିଥିଲେ କ୍ରୋଧିତ ହୋଇଯାଇଥିଲେ।

ପଡ଼ିଶା‌ରେ ରହୁଥିବା ସିକନ୍ଦର, ସିକନ୍ଦର ସ୍ତ୍ରୀ ଉକ୍ତ ଝିଅକୁ ଧରି ନେଇଥିଲେ। ପ୍ରଥମେ ଗଛ ଓପାଡ଼ିବା କାରଣରୁ ମାଡ଼ ମାରିଥି‌ଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇ ନଥିଲା ଯେ ସେମା‌ନେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା‌ ପରେ ଝିଅଟିକୁ ଛଟପଟ ହେଉଥିବା ଦେଖି ଅନ୍ୟ ପଡ଼ିଶାଘର ଲୋକେ ଘଟଣାସ୍ଥଳରୁ ପାର୍ବତୀକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

प्रतीकात्मक तस्वीर

ଖବର ପାଇ ପାର୍ବତୀ ମା’ ହସ୍ପିଟାଲରେ ପହଞ୍ଚିଥିଲେ। ପର୍ବତୀଙ୍କ ମା’ ଅନୀତାଙ୍କ କହିବାନୁସାରେ ଜମିବାଡ଼ିକୁ ନେଇ ସିକନ୍ଦର ସହିତ ସେମାନଙ୍କ ବିବାଦ ଲାଗି ରହିଛି। ପୁଲିସରେ ଅଭିଯୋଗ ପରେ ମାମଲା ରୁଜୁ କରାଯାଇ ଛାନଭିନ କରାଯାଉଛି। ସିକନ୍ଦର ଦୋଷୀ ସାବ୍ୟସ୍ତ ହେଲେ ନିଶ୍ଚୟ ଗିରଫ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର