ଲୁଟେରାଙ୍କୁ ଧରି ପୁଲିସ ଜିମା ଦେଲେ ଯୁବତୀ

ଧଉଳି: ମୋବାଇଲ ଫୋନ୍‌ ଝାମ୍ପି ନେଇ ଖସି ପଳାଉଥିବା ଦୁଇ ଯୁବକଙ୍କୁ ଲୁଟ୍‌ର ଶିକାର ହୋଇଥିବା ଯୁବତୀ ଉପସ୍ଥିତ ବୁଦ୍ଧି ଖଟାଇ ଧଉଳି ଥାନା ପୁଲିସ ସହାୟତାରେ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଏ ସଂପର୍କରେ ଯୁବତୀ ଜଣଙ୍କ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ ନିମାପଡ଼ା ଥାନା ଅଧୀନ ଛେନୁଅ ଗ୍ରାମର ସ୍ମିତାରାଣୀ ନାମକ ଜଣେ ଯୁବତୀ ଲକ୍ଷ୍ମୀସାଗର ସ୍ଥିତ ଏକ ପାଥୋଲାବରେ କାମ କରନ୍ତି। ଆଜି ଅପରାହ୍‌ଣ ୪ଟାରେ ସେ କାମ ସାରି ଅଟୋରେ କଳ୍ପନା ଛକରେ ଓହ୍ଲାଇ ଫୋନ୍‌ରେ କଥା ହେଉଥିଲେ। ଏହି ସମୟରେ ଦୁଇ ଯୁବକ ତାଙ୍କୁ ପଛରୁ ଏକ ସ୍କୁଟିରେ ପିଛା କରି ହାତରୁ ମୋବାଇଲ ଫୋନ୍‌ ଛଡ଼ାଇ ନେଇ ଉତ୍ତରାଛକ ଅଭିମୁଖେ ପଳାଇଥିଲେ। ସ୍ମିତା ଚୋର ଚୋର ବୋଲି ଚିତ୍କାର କରି ଏକ ଅଟୋରେ ସେମାନଙ୍କ ପିଛା କରିଥିଲେ। ଅଟରେ ବସି ସେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିଥିଲେ। କଣ୍ଟ୍ରୋଲ ରୁମ୍‌ରୁ ନିର୍ଦ୍ଦେଶ ପାଇ ଧଉଳି ଥାନା ପୁଲିସ ଯୁବତୀଙ୍କ ସହ ମୋବାଇଲ ଫୋନ୍‌ରେ ଯୋଗାଯୋଗ କରି ଉତ୍ତରା ଛକରୁ ଦୁଇ ଯୁବକଙ୍କୁ ଅଟକାଇ ଥାନାକୁ ଆଣି ପଚରାଉଚରା ଚଳାଇଛି। ତେବେ ପୁଲିସ ଦୁଇ ଯୁବକଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର