ଡେଟିଂ ସାଇଟ୍‌ରୁ ସଂପର୍କ, କାଳ ହେଲ ପ୍ରଥମ ସାକ୍ଷାତ୍‌: ୨୦ ଲକ୍ଷ ଲୁଟି ନେଇ ଯୁବତୀ ଫେରାର୍‌

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଠକାମୀର ଅନେକ ଘଟଣା ବିଷୟରେ ଆପଣ ଜାଣିଥିବେ। ଜଣେ ଯୁବତୀ ଅନ୍‌ଲାଇନ୍‌ ଡେଟିଂ ଆପ୍‌ ଜରିଆରେ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କରେ ଆସିବା ପରେ ତାଙ୍କଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଜାଣିବାକୁ ମିଳିଛି ଯେ ଉଭୟ ଯୁବକ ଓ ଯୁବତୀ ପରସ୍ପରଙ୍କୁ ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ ଜାଣିଥିଲେ। କିଛି ଦିନ ଚାଟ୍‌ କରିବା ପରେ ସେମାନେ ପରସ୍ପରଙ୍କୁ ଭେଟିବାର ଯୋଜନା କଲେ। ମାତ୍ର ପ୍ରଥମ ଦେଖାରେ ହିଁ ଯୁବକଙ୍କୁ ମିଳିଲା ଧୋକା। ଯୁବତୀ ଜଣକ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇ ଫେରାର୍‌ ହୋଇ ଯାଇଥିବା ସୂଚନା ରହିଛି। ଯୁବକଙ୍କ ଅଭିଯୋଗ ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତାଙ୍କୁ ଗିରଫ କରିଛି।

ରିପୋର୍ଟ ଅନୁସାରେ, ମାମଲା ଆମେରିକାର ଲସ୍‌ ଭେଗାସ୍‌ର। ସେଠାରେ ୩୦ ବର୍ଷୀୟା ରିଗନ ପାର୍କରଙ୍କୁ ଗତ ବୁଧବାର ଚୋରି ମାମଲାରେ ପୁଲିସ୍‌ ଗିରଫ କରିଛି। ରିଗନଙ୍କ ପୁରୁଷ ବନ୍ଧୁ ମିଆ ତାଙ୍କ ଉପରେ ଚୋରି ଓ ପ୍ରତାରଣା ଅଭିଯୋଗ ଆଣିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ସୂଚନାରୁ ପ୍ରକାଶ ଯେ ସେମାନେ ଲସ୍‌ ଭେଗାସ୍‌ର ଏକ ବିଳାସମୟ ହୋଟେଲ୍‌‌ରେ ପରସ୍ପରଙ୍କୁ ସାକ୍ଷାତ୍‌ କରିଥିଲେ। ସେମାନେ ସାଥୀ ହୋଇ ମଦ୍ୟପାନ କଲେ। ରାତ୍ର ଭୋଜନ କରିବା ପରେ ରାତିରେ ସାଥୀ ହୋଇ ଉକ୍ତ ହୋଟେଲ୍‌ରେ ଶୋଇଥିଲେ। ମାତ୍ର ଯେତେବେଳେ ମିଆଙ୍କ ନିଦ ଭାଙ୍ଗିଲା ତ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ରିଗନ୍‌ ତାଙ୍କ ରୋଲକ୍ସ ଘଣ୍ଟା ଓ ୩ ଲକ୍ଷ ଟଙ୍କା ନେଇ ଫେରାର୍‌ ହୋଇ ଯାଇଥିଲେ।

ଯୁବତୀ ଜଣକ ନିଜ ଫୋନ୍‌ ବି ବନ୍ଦ କରି ଦେଇଥିଲେ ସେଠୁ ଯିବା ପରେ। ତାପରେ ମିଆ ପୁଲିସ୍‌ର ସହାୟତା ନେଇଥିଲେ। ସେ ପୁଲିସ୍‌କୁ କହିଛନ୍ତି ଯେ ରିଗନ୍‌ ତାଙ୍କଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ନେଇ ସାରିଛନ୍ତି।

ସମ୍ବନ୍ଧିତ ଖବର