ଚଳନ୍ତା କାର ଉପରେ ଯୁବତୀଙ୍କ ଷ୍ଟଣ୍ଟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ଏ କି ଯୁଗ ହେଲା ଲୋ ମା’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବାକୁ ଯାଇ  ଯୁବିପିଢ଼ି ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି। ବିପଦପୂର୍ଣ୍ଣ ସ୍ଥାନମାନଙ୍କରେ ଷ୍ଟଣ୍ଟ ବି ଦେଖାଉଛନ୍ତି। ଏହି କ୍ରମରେ ଯୁବତୀମାନେ ବି ପଛରେ ନାହାନ୍ତି। ନିକଟରେ ଜଣେ ଯୁବତୀଙ୍କ ଷ୍ଟଣ୍ଟ ଭିଡିଓ ଭାଇରାଲ ହୋଇଛି। ପୂର୍ବରୁ ଜଣେ ଯୁବତୀ ବାଇକରେ ଷ୍ଟଣ୍ଟ ଦେଖାଉଥିବା ବେଳେ ଏବେ ଜଣେ ମହିଳା ଚଳନ୍ତା ଗାଡି ଉପରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି।

 

ନୋଏଡାରେ ଚଳନ୍ତା ସ୍କର୍ପିଓ କାରର ବୋନେଟରେ ବସି ଜଣେ ଯୁବତୀ ଷ୍ଟଣ୍ଟ ଦେଖାଉଛନ୍ତି। ଯୁବତୀଙ୍କ ଏହି ଷ୍ଟଣ୍ଟ ଭିଡିଓକୁ ରାସ୍ତାରେ ଯାଉଥିବା ଯାତ୍ରୀମାନେ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଏହି ଭିଡିଓଟି ଭାଇରାଲ ହୋଇଯିବା ପରେ ପୁଲିସ ନଜରକୁ ଆସିଥିଲା। ପୁଲିସ ଚଳନ୍ତା ସ୍କର୍ପିଓ ବୋନେଟ ଉପରେ ବସି ଷ୍ଟଣ୍ଟ ଦେଖାଉଥିବା ଯୁବତୀଙ୍କ ପରିଚୟ ଖୋଜି ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏଥିସହିତ ସେ ଯେଉଁ ଗାଡ଼ି ଉପରେ ବସି ଷ୍ଟଣ୍ଟ ଦେଖାଉଥିଲେ , ତାହାକୁ ଜବତ କରିଛି।

ଯୁବତୀଙ୍କ ଏହି ଷ୍ଟଣ୍ଟ ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ ଏ କି ଯୁଗ ହେଲା ଲୋ ମା’। ଆଉ ଜଣେ ଲେଖିଛନ୍ତି, ଯୁବତୀଙ୍କୁ ଏଭଳି କାମ କରିବାକୁ କାହିଁକି କେହି ଅଟକାଉ ନାହାନ୍ତି।

ସମ୍ବନ୍ଧିତ ଖବର