ଯୋଧପୁର: ରାଜସ୍ଥାନର ଯୋଧପୁରରରେ ଦେଖିବାକୁ ମିଳିଛିି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକା ନିଜ ବାପାଙ୍କ ଦ୍ବାରା ଦୁଷ୍କର୍ମ ହେବାରୁ ନିଜକୁ ବଞ୍ଚାଇବା ପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ବାରା ଦୁଷ୍କର୍ଷର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଦ୍ବିତୀୟ ଦୁଷ୍କର୍ମକାରୀ ଜଣକ ନାବାଳିକା ସହ ଲଗାତର ୨୮ ଦିନ ଧରି ଦୁଷ୍କର୍ମ କରିଥିବା ଖବର ରହିଛି। ଜାଣିବାକୁ ମିଳିଛି ଯେ ଦୁଷ୍କର୍ମକାରୀ ଜଣକକୁ ନାବାଳିକାଙ୍କ ନିଜ କାକା ତାଙ୍କ ନିକଟକୁ ପଠାଇ ଦୁଷ୍କର୍ମ କରିବାକୁ କହିଥିଲେ। ଏବେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ବାପକୁ ଗିରଫ କରିଛି।
ଘଟଣା ସେତେବେଳେ ଲୋକଲୋଚନକୁ ଆସିଥିଲା ଯେତେବେଳେ ପୀଡ଼ିତା ନାବାଳିକାର ଜେଜେବାପା ତାଙ୍କୁ ନେଇ ପୁଲିସ୍ ଷ୍ଟେସନ୍ ଯାଇଥିଲେ। ସେଠାରେ ସେ ନିଜ ନାତୁଣୀ ଯୌନ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ଆଣିଥିିଲେ।
ପୁଲିସ୍ ଘଟଣାର ତଦନ୍ତ କରି ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିଲା। ପୁଲିସ୍ ପଚରାଉଚରା କରିବାରୁ ନାବାଳିକା ଜଣକ ସମସ୍ତ ଘଟଣା ବିସ୍ତୃତ ଭାବେ କହିଥିଲେ। ତାଙ୍କ ବାପା ଦୀର୍ଘ ୨ ବର୍ଷ ଧରି ତାଙ୍କ ସହ ଦୁଷ୍କର୍ମ କରି ଆସୁଛନ୍ତି ବୋଲି ସେ ପୁଲିସ୍ ସମ୍ମୁଖରେ ବୟାନ ଦେଇଥିଲେ।
ପୀଡ଼ିତା ନାବାଳିକାଙ୍କ ବାପା ସନ୍ଦେହ କରୁଥିଲେ ଯେ ଝିଅଟି ତାଙ୍କ ନିଜର ନୁହେଁ। ସେହି କାରଣରୁ ନାବାଳିକାକୁ ୧୩ ବର୍ଷ ବୟସ ହେବା ଦିନରୁ ସେ ତାଙ୍କ ସହ ଦୁଷ୍କର୍ମ କରି ଆସୁଥିବା ସୂଚନନା ରହିଛି।