ହସ୍‌ପିଟାଲରେ ଆଈର ସେବା ଯତ୍ନ କରୁଥିବା ନାତୁଣୀକୁ ଦୁଷ୍କର୍ମ, ବାଥ୍‌ରୁମ୍‌ରୁ ଅଚେତ ଅବସ୍ଥାରେ ପାଇଲେ ଅଜା

ଜୟପୁର: ରାଜସ୍ଥାନର ପାଲି ଜିଲ୍ଲାରେ ଥିବା ବାଙ୍ଗଡ ହସ୍‌ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ହସ୍‌ପିଟାଲର ସର୍ଜିକାଲ ଓ୍ଵାର୍ଡରେ ୧୯ବର୍ଷର ଯୁବତୀଙ୍କୁ ତାଙ୍କ ଅଜା ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଘଟଣା  ହସ୍‌ପିଟାଲ ପରିସରରେ ଆଲୋଡନ୍‌ ସୃଷ୍ଟି କରିଥିଲା। ଶୁଣିବାକୁ ମିଳୁଛି ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ନେଇ ପୀଡିତାଙ୍କ ପରିବାରବର୍ଗ ଥାନାରେ ଅଭିଯୋଗ ଦେବା ପରେ ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି।

ପୀଡ଼ିତା ଯୁବତୀ ଅଭିଯୋଗ କରି କହିଛନ୍ତି, ହସ୍‌ପିଟାଲର ସର୍ଜିକାଲ ଓ୍ଵାର୍ଡର ଓ୍ଵାର୍ଡବୟ ତାଙ୍କୁ ବାଥ୍‌ରୁମ୍‌ ନେଇ ବନ୍ଦ କରି ଦେଇଥିଲା। ଏହାପରେ ତାଙ୍କ ସହିତ ଓ୍ଵାର୍ଡବୟ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଫଳରେ ସେ ନିଜକୁ ବଞ୍ଚାଇବାକୁ ଯାଇ ବାଥ୍‌ରୁମ୍‌ରେ ପଡ଼ି ଯାଇଥିଲେ। ଏହାପରେ ତାଙ୍କର କୌଣସି କଥା ମନେ ନାହିଁ। ଏହାପରେ ସେ ତାଙ୍କ ଅଜା-ଆଈଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ପୀଡ଼ିତା ଯୁବତୀ ଅଭିଯୋଗ କରି କହିଛନ୍ତି, ହସ୍‌ପିଟାଲର ସର୍ଜିକାଲ ଓ୍ଵାର୍ଡର ଓ୍ଵାର୍ଡ ବୟ ତାଙ୍କୁ ବାଥ୍‌ରୁମ୍‌ ନେଇ ବନ୍ଦ କରି ଦେଇଥିଲା। ଏହାପରେ ତାଙ୍କ ସହିତ ଓ୍ଵାର୍ଡବୟ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଫଳରେ ସେ ନିଜକୁ ବଞ୍ଚାଇବାକୁ ଯାଇ ବାଥ୍‌ରୁମ୍‌ରେ ପଡ଼ି ଯାଇଥିଲେ। ଏହାପରେ ତାଙ୍କର କୌଣସି କଥା ମନେ ନାହିଁ। ଏହାପରେ ସେ ତାଙ୍କ ଅଜା-ଆଈଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ସୂଚନାଯୋଗ୍ୟ, ପୀଡିତାଙ୍କ ଆଈ ଅନେକ ଦିନ ହେବ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଆଈଙ୍କ ଦେଖାଶୁଣା ପାଇଁ ନାତୁଣୀ ତାଙ୍କ ପାଖରେ ରହିଥାଏ। ୭-୮ଦିନ ହେବ ହସ୍‌ପିଟାଲରେ ରହିବା ହେତୁ ପୀଡିତାଙ୍କ ସର୍ଜିକାଲ ଓ୍ଵାର୍ଡକୁ ଆସୁଥିବା ଜଣେ ଓ୍ଵାର୍ଡ ବୟ ସହିତ ପରିଚୟ ହୋଇଥିଲା। ପୀଡିତାଙ୍କ ଅଜାଙ୍କ ଅଭିଯୋଗ, ଓ୍ଵାର୍ଡ ବୟ ମୋ ନାତୁଣୀକୁ କୌଣସି ଏକ କାମର ବାହାନା କରି ରାତିରେ ଡାକିଥିଲା। ଏହାପରେ ବାଥ୍‌ରୁମ୍‌କୁ ନେଇ ଯାଇ ତାହା ସହିତ ଦୁଷ୍କର୍ମ କରିଥିଲା।

ପୀଡିତାଙ୍କ ଅଜା-ଆଈ ନାତୁଣୀ ସହିତ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ମାମଲା ରୁଜୁ କରିବା ପାଇଁ ଯାଇଥିଲେ। କିନ୍ତୁ ପୁଲିସ ମାମଲା ରୁଜୁ କରିବ ନାହିଁ ବୋଲି କହି ମନା କରିଦେଇଥିଲା। ଏହାପରେ ପାଲିର ବିଧାୟକ ଜ୍ଞାନଚନ୍ଦ ପାରେଖଙ୍କ ପାଖକୁ ଅଭିଯୋଗ ନେଇ ଯାଇଥିଲେ। ବିଧାୟକ ପୁଲିସକୁ ଡକାଇ ମାମଲା ରୁଜୁ କରାଇଯାଉ ବୋଲି କହିଥିଲେ। ଏହାପରେ ୪ଘଣ୍ଟା ପର୍ଯ୍ୟନ୍ତ ପୀଡିତାଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା। ପୁଲିସ ପୀଡିତାଙ୍କୁ ଡାକ୍ତରି ମାଇନା ପାଇଁ ପଠାଇଛି। ପୁଲିସ ପୀଡିତାଙ୍କ ରିପୋର୍ଟକୁ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର