ଅହମଦାବାଦ: ୮ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବି ବିବାହ କରୁନଥିବାରୁ ପ୍ରେମିକକୁ ହତ୍ୟା କଲା ପ୍ରେମିକା। ଗୁଜରାଟର ଛୋଟ ଉଦୟପୁରରେ ଘଟିଛି ଏଭଳି ଘଟଣା। ନୂଆ ପ୍ରେମିକ ସହ ମିଶି ପ୍ରେମିକା ୮ବର୍ଷର ପ୍ରେମ ସମ୍ପର୍କ ଥିବା ପ୍ରେମିକକୁ ହତ୍ୟା କରିଥିବା ଜଣାପଡ଼ିଛି। କେନାଲରୁ ଅଜଣା ମୃତଦେହ ମିଳିବା ପରେ ପୁଲିସ ପରିଚୟ ଜାଣିବା ପାଇଁ ତଦନ୍ତ କରିଥିଲା। ଏହା ପରେ ମୃତ ଯୁବକଜଣକ ଦୁମାଲୀ ଗାଁର ନୀଲେଶ ଇଶାକ୍ ବୋଲି ଜଣାପଡ଼ିଥିଲା। ପରେ ନୀଲେଶଙ୍କ ପରିବାରର ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରିବାରୁ ପୂରା ଘଟଣା ଜଣାପଡ଼ିଥିଲା।
ସୂଚନା ମୁତାବକ, ମୃତକଙ୍କ ପରିବାର ପୁଲିସକୁ କହିଥିଲେ ଯେ ନିକଟସ୍ଥ ଗାଁର ବାସିନ୍ଦା ଶ୍ରେୟସ୍ ଓରଫ ଆପୁ ସୋନି ଏବଂ ଜୟା ରାଠୱା ନୀଲେଶଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିଲେ। ଏବିଷୟରେ ଜାଣିବା ପରେ ପୁଲିସ ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପ୍ରଥମେ ଦୁହେଁ ନିଜର ଅପରାଧ ସ୍ବୀକାର କରିନଥିଲେ ବି ପରେ ଦୁହେଁ ନୀଲେଶଙ୍କୁ ହତ୍ୟା କରିଥିବା ମାନିଥିଲେ।
ଜୟା ରାଠୱା ପୁଲିସକୁ କହିଥିଲେ ଯେ ସେ ନୀଲେଶଙ୍କ ସହ ୮ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ। କିନ୍ତୁ ନୀଲେଶ ବିବାହ ପାଇଁ ବିଳମ୍ବ କରୁଥିଲେ। ଏହି ସମୟରେ ଜୟା ଶ୍ରେୟସ୍ ଓରଫ ଆପୁ ସୋନିଙ୍କୁ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ତା’ପରେ ଉଭୟ ନୀଲେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଘଟଣା ଦିନ ନୀଲେଶଙ୍କୁ ଦେଖା କରିବାକୁ ଡାକିଥିଲେ ଜୟା। ଏହା ପରେ ଦୁହେଁ କାରରେ ବସି କଥା ହେବା ଆରମ୍ଭ କରିଥିଲେ। ଏହି ସମୟରେ କାରର ପଛ ସିଟରେ ବସିଥିବା ଆପୁ କାରର ସିଟ୍ ବେଲ୍ଟରେ ନୀଲେଶଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା କରି ଦୁହେଁ ନୀଲେଶଙ୍କ ମୃତଦେହକୁ କେନାଳରେ ଫିଙ୍ଗି ମୁମ୍ବାଇ ଚାଲିଯାଇଥିଲେ। କିନ୍ତୁ ପୁଲିସ ତଦନ୍ତ କରି ଦୁହିଁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ସ-48.jpg)