ବରେଲି: ଉତ୍ତରପ୍ରଦେଶର ଜଣେ ନାବାଳିକା ଏକ ନବଜାତକକୁ ଜନ୍ମ ଦେବା ପରେ ତାହାକୁ ଗ୍ରହଣ କରିବାକୁ ମନା କରି ଦେଇଥିବା ଜାଣିବାକୁ ମିଳିଛି। ଶୁକ୍ରବାର ଫରିଦପୁରର କମ୍ୟୁନିଟି ହେଲ୍ଥ ସେଣ୍ଟର୍(ସିଏଚ୍ସି)ରେ ଅବିବାହିତ ନାବାଳିକା ଏକ ନବଜାତକକୁ ଜନ୍ମ ଦେଇଛନ୍ତି।
ସିଏଚ୍ସି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ଉଭୟ ମାଆ ଓ ପିଲା ସୁସ୍ଥ ଅଛନ୍ତି। ପୀଡ଼ିତାର ପ୍ରକୃତ ବୟସ ଜାଣିବା ପାଇଁ ପୁଲିସ୍ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରିବାର ଯୋଜନା କରିଛି।
ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ପୀଡ଼ିତା ନବଜାତକକୁ ଜନ୍ମ ଦେଇଛନ୍ତି। ନାବାଳିକା ଜଣଙ୍କର ଲେବର୍ ପେନ୍ ହେବା ପରେ ତାଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲା। ଡାକ୍ତରୀ ଚିକିତ୍ସା ପରେ ଜାଣିବାକୁ ମିଳିଲା ନାବାଳିକା ଜଣକ ୯ ମାସର ଗର୍ଭବତୀ। ପୀଡ଼ିତା ଜଣକ ଶିଶୁକୁ ଜନ୍ମ ଦେବା ପରେ ତାହାକୁ ଗ୍ରହଣ କରିବାକୁ ମନା କରି ଦେଇଥିବା ସୂଚନା ରହିଛି। ସୋମବାର ଶିଶୁ କଲ୍ୟାଣ କମିଟି ପୀଡ଼ିତାର ବୟାନ ରେକର୍ଡ କରିବ।