୨୦ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କ ରଖି ମା’-ବାପାଙ୍କ ଏହି ଇଚ୍ଛାକୁ ପୂରଣ କଲା ଯୁବତୀ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖିବାକୁ ମିଳେ ପିଲାମାନେ ମା’-ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ଯାହା ସମ୍ଭବ ତାହା କରି ଥାଆନ୍ତି। ଏମିତି ଏକ ଘଟଣା ଚୀନରୁ ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ଜଣେ ଯୁବତୀ ମା’-ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ଏମିତି ଏକ କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ କିଛି ଲୋକ ଯୁବତୀଙ୍କ ଏହି କାମକୁ ପସନ୍ଦ କରୁଥିବା ବେଳେ କେହିକେହି ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏଭଳି ଏକ ଘଟଣା ଚୀନର ବେଜିଂରେ ଘଟିଛି। ସାୟୋଲି ନାମକ ଜଣେ ଯୁବତୀଙ୍କ ଜନ୍ମ ଏକ ସାଧାରଣ ପରିବାରରେ । ମା’-ବାପା ବଢ଼ାବୁଢ଼ୀ ହୋଇଯାଇଥିଲେ। ଦୁହେଁ ଚାହୁଁଥିଲେ କି ଯେଉଁ ଘରେ ରହୁଛନ୍ତି ତାହାକୁ କିଣି ନିଅନ୍ତୁ ବୋଲି, କିନ୍ତୁ ସେମାନେ ସେପରି କିଛି କରି ପାରୁ ନ ଥିଲେ। ମା’-ବାପାଙ୍କ ଏହି ଇଚ୍ଛାକୁ ପୂରା କରିବା ପାଇଁ ଝିଅ ସ୍ଥିର କରିଥିଲା ଏବଂ ଏକ ଭିନ୍ନ ଉପାୟ ଆପଣାଇ ନେଇଥିଲା। ସେ ଜାଣିଶୁଣି  ୨୦ ଜଣ ବୟଫ୍ରେଣ୍ଡ ବନାଇଥିଲା।

ସାୟୋଲ ଘର କିଣିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ପାଖରେ ନ ଥାଏ ଅର୍ଥ। ସେ ସର୍ବପ୍ରଥମେ ଗୋଟିଏ ବୟଫ୍ରେଣ୍ଡ ବନାଇଲେ, ଯିଏକି ତାଙ୍କୁ ଆଇଫୋନ୍‌ ୭ ଉପହାର ଦେଇଥିଲା। ଏହାପରେ ସେ ଏଭଳି ଜଣକ ପରେ ଜଣେ ବୟଫ୍ରେଣ୍ଡ ରଖି ସେମାନଙ୍କଠାରୁ ମହଙ୍ଗା ଉପହାର ଆଣିବା ପାଇଁ ସ୍ଥିର କରି ନେଇଥିଲେ। ସମୟ କ୍ରମେ ୨୦ ଜଣ ବୟଫ୍ରେଣ୍ଡ ବନାଇ ସମସ୍ତଙ୍କଠାରୁ ଆଇଫୋନ୍‌ ୪ ଫୋନ୍‌ ଦାବି କରିଥିଲେ। କିଛିଦିନ ପରେ ଯୁବତୀ ସମସ୍ତ ଫୋନ୍‌କୁ ମୋବାଇଲ ଫୋନ୍‌ ରିସାଇକଲିଂ ପ୍ଲାଣ୍ଟରେ ପାଖାପାଖି ୧୨,୨୩,୧୮୬ଟଙ୍କାରେ ବିକ୍ରି କରି ଦେଇଥିଲେ। ଏହାପରେ ଯୁବତୀ ମୋବାଇଲ ବିକ୍ରିରୁ ଯେତିକି ଟଙ୍କା ପାଇଥିଲେ ସେଥିରେ ଘର କିଣି ଦେଇଥିଲେ।

ସମ୍ବନ୍ଧିତ ଖବର