ବିବାହ ସରିବା ପରେ ପୁଅକୁ ବୋହୂ ପାଖକୁ ଯିବା ପାଇଁ ମନା କରିଦେଲେ ଶାଶୁ, ସଙ୍ଗେ ସଙ୍ଗେ ପୁଲିସକୁ ଦେଲେ ସୂଚନା, ଜାଣନ୍ତୁ କାରଣ

ହିମତ୍‌ନଗର (ଗୁଜୁରାଟ) : କର୍କଟ ରୋଗରେ ପୀଡ଼ିତ ହେବା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ଲମ୍ବା ସମୟ ପାଇଁ ଚିକିତ୍ସା ଚାଲୁଥିବାରୁ ସବୁ ଟଙ୍କା ସେଥିରେ ଖର୍ଚ୍ଚ ହୋଇ ଯାଇଥିଲା । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ମହିଳା ନିଜ ନାବାଳିକା ଝିଅର ବିବାହ କରିବା କଥା ଭାବିଥିଲେ । ସାମାଜିକ କାରଣରୁ ଜଣେ ଯୁବକଙ୍କ ବିବାହ ହେଉ ନଥିବା ଜାଣି ମହିଳା ନିଜ ନାବଳିକା ଝିଅର ଅନ୍ତଃଜାତି ବିବାହ କରିବା କଥା ଭାବିଥିଲେ । ପରେ ବର ପକ୍ଷଠାରୁ ଲକ୍ଷେ ଟଙ୍କା ଆଣି ସେ ନିଜ ନାବାଳିକା ଝିଅକୁ ବିବାହ କରିଥିଲେ ।

ବିବାହ ପରେ ବୋହୂ ନାବାଳିକା ଏବଂ ଏବେ ବି ପଢ଼ିବାର ଇଚ୍ଛା ରହିଛି ବୋଲି ଜାଣି ଶାଶୁ ନିଜ ପୁଅକୁ ବୋହୂ ପାଖକୁ ଯିବା ପାଇଁ ମନା କରିବା ସହ ୧୮୧ ହେଲ୍ପଲାଇନ୍‌ ନମ୍ବରକୁ ସଂପର୍କ କରିଥିଲେ । ପରେ ନାବାଳିକାର ଇଚ୍ଛା ପୂରଣ କରିବା ପାଇଁ ଶାଶୁ ପୀଡ଼ିତାଙ୍କ ମା’ଙ୍କୁ ଡ଼କାଇ ଝିଅକୁ ନେଇ ଯିବା ପାଇଁ କହିଥିଲେ । କିନ୍ତୁ ୩ ସପ୍ତାହ ପରେ ମଧ୍ୟ ପୀଡ଼ିତାଙ୍କ ମା’ ଝିଅର ଶାଶୁଘରେ ପହଞ୍ଚି ନଥିଲେ ।ଏହାପରେ ଶାଶୁ ପୁଲିସକୁ ଖବର ଦେଇ ପୀଡ଼ିତାଙ୍କୁ ନିଜ ମା’ଙ୍କ ପାଖକୁ ପଠାଇଥିଲେ । ପୁଲିସ ପୀଡ଼ିତାଙ୍କ ମା’ଙ୍କ ଘରେ ପହଞ୍ଚି କ’ଣ ପାଇଁ ଝିଅକୁ ନେବା ପାଇଁ ଆସିଲ ନାହିଁ ବୋଲି ପଚାରିବା ପରେ ବିବାହ ପାଇଁ ଆଣିଥିବା ଟଙ୍କା ଖର୍ଚ୍ଚ ହୋଇ ଯାଇଥିଲା । ସେଥିପାଇଁ ମୁଁ ଯାଉ ନଥିଲି ବୋଲି କହିଥିଲେ ପୀଡ଼ିତାଙ୍କ ମା’ ।

TheJournal.ie

ଏ ସମସ୍ୟା ଜାଣି ପୀଡ଼ିତାଙ୍କ ଶାଶୁ, ଯେତେବେଳେ ଟଙ୍କା ଦେବାକୁ ସମର୍ଥ ହେବେ, ସେତେବେଳେ ଦେବେ ବୋଲି କହି ପୀଡ଼ିତାଙ୍କୁ ତାଙ୍କ ମା’ଙ୍କ ପାଖରେ ଛାଡ଼ି ଫେରିଥିଲେ । ଏହି ଖବରର ପ୍ରସାର ହେବା ପରେ ଏବେ ସବୁ ଲୋକ ପୀଡ଼ିତାଙ୍କ ଶାଶୁଙ୍କ କାମକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର