ଅଗରତଲା: ତ୍ରିପୁରାରେ ଜଣେ ୧୪ ମାସର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ। ଜଣେ ଦିନମଜୁରିଆ ଶ୍ରମିକ ଶିଶକୁ ବୁଲାଇବାକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ନିକଟସ୍ଥ ଏକ ଧାନ କ୍ଷେତରେ ତାଙ୍କୁ ମାରି ପୋତି ଦେଇଥିବା ଜଣାଯାଇଛି। ଘଟଣାଟି ଅକ୍ଟୋବର ୧୧ ​​ତାରିଖରେ ରାଜ୍ୟର ପାଣିସାଗର ସହରରେ ଘଟିଥିଲା। ବାହାରକୁ ବୁଲାଇ ନେବି ବୋଲି କହି ଅଭିଯୁକ୍ତ ଶିଶୁଟିକୁ ତା’ ମା’ କୋଳରୁ ଟେକି ନେଇଥିଲା। ହେଲେ ନର ରୂପୀ ପିଶାଚ ମନରେ ଏଭଳି କିଛି ଅଛି ବୋଲି ତାହା ମୃତ ଶିଶୁର ମା’କୁ ଜଣାନଥିଲା।
ମିଳିଥିବା ସୂଚନା ମୁତାବକ, ମୃତ ଶିଶୁଜଣକ ଆସାମର ସିଲଚରରୁ ତ୍ରିପୁରାର ପାଣିସାଗରରେ ଥିବା ତାଙ୍କ ମାମୁ ଘରକୁ ବୁଲିବାକୁ ଆସିଥିଲେ। ଶନିବାର ନିଜ ଘରେ ଭାତ ଖୁଆଇବା ଆଳରେ ଅଭିଯୁକ୍ତ ଆସି ଶିଶୁକୁ ନିଜ ସହ ନେଇ ଯାଇଥିଲା। ଘରକୁ ନେବା ପରିବର୍ତ୍ତେ ଅଭିଯୁକ୍ତ ଧାନ କ୍ଷେତକୁ ନେଇ ଶିଶୁ ସହ ପ୍ରଥମେ ଦୁଷ୍କର୍ମ କରିଥିଲା ଏବଂ ପରେ ହତ୍ୟା କରି ସେଠାରେ ପୋତି ଦେଇଥିଲା। ତିନି ଘଣ୍ଟା ପରେ ମଧ୍ୟ ସେ ପିଲାଟିକୁ ତା ମାଆ ପାଖକୁ ଫେରାଇନଆଣିବାରୁ, ବାପାମାଆ ଚିନ୍ତିତ ହୋଇଯାଇଥିଲେ। ଖବର ପ୍ରସାରିତ ହେବା ମାତ୍ରେ, ଗାଁ ଲୋକ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲେ। ଅନେକ ଖୋଜାଖୋଜି ପରେ ପୀଡ଼ିତାର ମୃତଦେହ ଧାନକ୍ଷେତରୁ ମିଳିଥିଲା। ଏବେ ପୀଡ଼ିତାଙ୍କ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୁଲିସ।
Tripura | Girl Raped By Neighbour
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/13/new-project-2025-10-13-11-29-44.jpg)