ସପିଂ ବାହାନାରେ ଡାକି ସିନେମା ହଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିରଟ ଜିଲ୍ଲାଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୧୬ ବର୍ଷର ବାଳିକାକୁ ଏକ ସିନେମା ହଲ ମଧ୍ୟରେ କରାଯାଇଛି ଗଣଦୁଷ୍କର୍ମ । ପୋଲିସ ଏହି ଘଟଣା ସହ ଜଡ଼ିତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ରିପୋର୍ଟ ଅନୁଯାୟୀ, ଦୁଇ ମାସ ପୂର୍ବେ ଅଭିଯୁକ୍ତଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ଆରମ୍ଭ କରିଥିଲେ ପୀଡ଼ିତା। ମଙ୍ଗଳବାର ଦିନ ଅଭିଯୁକ୍ତ ପୀଡ଼ିତାଙ୍କୁ ସପିଙ୍ଗ କରିବା ପାଇଁ ଡ଼ାକିଥିଲେ । ସପିଙ୍ଗ ସରିବା ପରେ ଦୁହେଁ ଚଳଚ୍ଚିତ୍ର ଦେଖିବା ପାଇଁ ସିନେମା ହଲ ଯାଇଥିଲେ । ସେଠାରେ ପୂର୍ବରୁ ହିଁ ଦ୍ୱିତୀୟ ଅଭିଯୁକ୍ତ ଉପସ୍ଥିତ ଥିଲେ । ଚଳଚ୍ଚିତ୍ର ଆରମ୍ଭ ସମୟରେ ଦୁହେଁ ପୀଡ଼ିତାଙ୍କୁ ଜବରଦସ୍ତି ସିନେମା ହଲର ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ବାଇକ୍‌ରେ ପୀଡ଼ିତାଙ୍କୁ ମୁଜାଫାରନଗର ନେଇଥିଲେ । ସେମାନଙ୍କ କବଳରୁ ଖସିବା ପରେ ପୀଡ଼ିତା ପୁଲିସରେ ଖବର ଦେଇଥିଲେ। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବାଇକ୍‌ଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର