୧୪ବର୍ଷର ଗଣଦୁଷ୍କର୍ମ ପୀଡିତା ମୃତ ସନ୍ତାନକୁ ଏକ ବ୍ୟାଗରେ ପୁରାଇ ଏସ୍‌ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ

ମେରଠ: ଉତ୍ତରପ୍ରଦେଶରେ ମହିଳା ଓ ନାବାଳିକାଙ୍କୁ ନେଇ ଦୁଷ୍କର୍ମ ମାମଲା ବଢ଼ିବଢ଼ି ଚାଲିଛି। ମେରଠର ଜଣେ ୧୪ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇ ଅନ୍ତସତ୍ତ୍ୱା ହୋଇଥିଲେ। ଏବେ ପୀଡିତା ତାଙ୍କ ପାଞ୍ଚ ମାସର ମୃତ ସନ୍ତାନକୁ ନେଇ ଏସ୍‌ଏସ୍‌ପି ଅଫିସରେ ପହଞ୍ଚି ନ୍ୟାୟ ପାଇଁ ଗୁହାରି କରିଛନ୍ତି।

ଏହି ମାମଲାଟି ମେରଠ ଥାନା ଲିସାଡି ଗେଟ ଅଞ୍ଚଳରେ ଘଟିଛି। ଏସ୍‌ଏସ୍‌ପି ଅଫିସ ନିକଟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ଯେତେବେଳେ ପୀଡିତା ୫ମାସର ମୃତସନ୍ତାନକୁ ଏକ ବ୍ୟାଗରେ ପୁରାଇ ନ୍ୟାୟ ଭିକ୍ଷା ପାଇଁ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକ ସାତମାସ ପୂର୍ବରୁ ପୀଡିତା ଘରେ ଜୋରଜବରଦସ୍ତି ପସି ଦୁଷ୍କର୍ମ କରିଥିଲେ। ଯଦି ଏହି ଘଟଣା ସମ୍ପର୍କରେ ପୀଡିତା କାହାକୁ କିଛି ଜଣାନ୍ତି ତେବେ ସେ ତାଙ୍କ ପରିବାରର ସମସ୍ତଙ୍କୁ ହତ୍ୟା କରି ଦେବେ ବୋଲି କହିଥିଲେ। ଏଥିସହିତ ଦୁଷ୍କର୍ମକାରୀ ଚେତାବନୀ ବି ଦେଇଥିଲେ କି ଦୁଷ୍କର୍ମର ଭିଡିଓ ତାଙ୍କ ପାଖରେ ଅଛି। ମୁହଁ ଖୋଲିଲେ ଏହି ଭିଡିଓ ଭାଇରାଲ କରିଦେବେ। ପୀଡିତ ଭିଡିଓ ଭାଇରାଲ କରିଦେବା ଭୟରେ ଏହି ଘଟଣା ସମ୍ପର୍କରେ କାହାକୁ କିଛି କହି ନଥିଲେ। କିଛିଦିନ ପରେ ପୀଡିତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ଡାକ୍ତର ଚିକିତ୍ସା କରି ପୀଡିତା ଅନ୍ତସତ୍ତ୍ୱା ଥିବା କଥା କହିଥିଲେ। ଏହାପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଗଲା ଭଳି ଅନୁଭବ ହୋଇଥିଲା।

ସମ୍ବନ୍ଧିତ ଖବର