ଚେନ୍ନାଇ: ହାଇଦ୍ରାବାଦରେ ଡାକ୍ତରରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବାର ଦୁଃଖଦ ଘଟଣା ଥମି ନଥିଲା ବେଳେ ତାମିଲନାଡୁର କୋୟମ୍ବଟୁରୁ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ୧୭ତମ ଜନ୍ମଦିନରେ ୬ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଟି ରାହୁଲ, ଆର ପ୍ରକାଶ, ଏସ୍ କାର୍ତ୍ତିକେୟନ ଓ ଏସ୍ ନାରାୟଣମୂର୍ତ୍ତିଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ନିଜର ଜନ୍ମଦିନ ଭୋଜି ପାଇଁ ସାଙ୍ଗମାନଙ୍କ ସହ ଏକ ପାର୍କକୁ ଯାଇଥିଲେ। ଜନ୍ମଦିନ ଭୋଜି ସରିବା ପରେ ସେ ତାଙ୍କ ସାଙ୍ଗମାନଙ୍କ ସହ ରାତି ୯ଟାରେ ଘେରକୁ ଫେରୁଥିଲେ।
ଏହି ସମୟରେ ସେ ୬ଜଣ ଯୁବକଙ୍କ ହାବୁଡରେ ପଡ଼ି ଯାଇଥିଲେ। ଛାତ୍ରୀଙ୍କ ସାଙ୍ଗକୁ ଦୁଷ୍କର୍ମକାରୀ ମାଡ ମାରିବା ସହିତ ନାବାଳିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ଦୁଷ୍କର୍ମକାରୀ ଏହି ଦୁଷ୍କର୍ମ ଘଟଣାର ଏକ ଭିଡିଓ ବି ବନାଇଥିଲେ। ପୀଡ଼ିତା ନିଜ ମା’ଙ୍କୁ ସବୁ କଥା କହି ସାରିବା ପରେ ପୁଲିସ୍ରେ ମା’ ଏହି ଦୁଷ୍କର୍ମ ଘଟଣା ବିଷୟରେ ଅଭିଯୋଗ କରିିଥିଲେ।