ବିଳମ୍ବରେ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କ ଗାଳିରୁ ବର୍ତ୍ତିବା ପାଇଁ ଗଣଦୁଷ୍କର୍ମ ହୋଇଥିବା ନେଇ ମିଛ କହିଲେ ନାବାଳିକା; ତା’ ପରେ…..

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଜଣେ ୧୬ବର୍ଷୀୟା ନାବାଳିକା କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁଷ୍କର୍ମ ଭଳି ବିଷୟକୁ ଏବେ ଦେଶରେ ଗୁରୁତ୍ୱ ମନେକରାଯାଉଥିବା ବେଳେ ଆଇନକୁ କଠୋର କରିବା ନେଇ ଚର୍ଚ୍ଚା ଚାଲିଛି। ତେବେ ଜଣେ ନାବଳିକା ଗଣଦୁଷ୍କର୍ମ ହୋଇଥିବା ନେଇ ମିଛ କହିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘରକୁ ଫେରିବାରେ ବିଳମ୍ବ ହେବାରୁ ନାବାଳିକାଜଣଙ୍କ ନିଜ ପରିବାର ଲୋକଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ମିଛ କହିଥିଲେ। କିନ୍ତୁ ପରେ ପୁଲିସ ତଦନ୍ତ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ସତ ଜଣା ପଡ଼ିବା ପରେ ନାବାଳିକାଜଣଙ୍କ ପୁଲିସକୁ କ୍ଷମା ମାଗିଥିବା ଜଣାପଡ଼ିଛି।

ପୁଲିସ କହିବା ମୁତାବକ, ନାବାଳିକା ଟଙ୍କା ଚୋରି କରିବାକୁ ନେଇ ନିଜ ମା’ଙ୍କ ସହ ଝଗଡ଼ା କରିଥିଲେ। ଏହା ପରେ ରାଗରେ ଘରୁ ବାହାରି ଯାଇଥିଲେ। ରାତି ଅଧିକ ହେବା ପରେ ପୀଡ଼ିତା ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ବିଳମ୍ବିତ ରାତିରେ ଘରେ ପହଞ୍ଚିଥିଲେ ନାବାଳିକା। ଘର ଲୋକେ ରାଗିବେ ଭାବି ନାବାଳିକାଜଣଙ୍କ ଗଣଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକଙ୍କୁ ମିଛ କହିଥିଲେ। ଝିଅ ସହ ଗଣଦୁଷ୍କର୍ମ ହୋଇଥିବା ଜାଣି ପରିବାର ଲୋକେ ନାବାଳିକାକୁ ଧରି ସଙ୍ଗାରେଡ୍ଡୀ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ, ଜଣେ ବାଇକ୍ ଆରୋହୀ ମୋର ଅଶ୍ଲୀଳ ଭିଡିଓ ରଖିବା କଥା କହି ଭାଇରାଲ କରିବାର ଧମକ ଦେବା ସହ ମୋତେ ବାଇକରେ ବସାଇ ନେଇଥିଲେ।

घर देर से पहुंची लड़की तो बहाना बनाकर बोली- मेरा गैंगरेप हो गया
aajtak.intoday.in

ଅମୀନପୁରରେ ପହଞ୍ଚିବା ପରେ ୪ଜଣ ମିଶି ମୋ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ପୁଲିସକୁ ଜଣାଇଥିଲେ ନାବାଳିକା। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି ପ୍ରମାଣ ମିଳିନଥିଲା। କିଛି ଦିନ ପରେ ପୁଲିସ ନାବାଳିକାକୁ ଡ଼ାକି ପୁଣି ଥରେ ପଚାରିବାରୁ ନାବାଳିକା ମିଛ କହିଥିବା ସ୍ବୀକାର କରିଥିଲେ। ପ୍ରେମିକ ସହ ସମୟ ବିତାଇବାରେ ବିଳମ୍ବ ହେବାରୁ ସେ ଏଭଳି ମିଛ କହିଥିବା ପୁଲିସକୁ ଜଣାଇବା ସହ ନିଜ ଭୁଲ ପାଇଁ କ୍ଷମା ମାଗିବାରୁ ପୁଲିସ କ୍ଷମା ଦେଇ ନାବାଳିକାକୁ ଛାଡ଼ି ଦେଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର