ବେଙ୍ଗାଲୁର: ନୂତନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଟିକ୍ଟକ୍’ ପାଇଁ ପୂର୍ବରୁ ଅନେକ ଅପରାଧମୂଳକ କାର୍ଯ୍ୟ ଘଟିଛି। ଏବେ ଆଉ ଏକ ହିଂସାତ୍ମକ ଘଟଣା ‘ଟିକ୍ଟକ୍’ରେ ଘଟିଥିବାର ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ଭିଡିଓ ସହ ସଂଯୋଗ କରି ‘ଟିକ୍ଟକ୍’ ଭିଡିଓ ବନାଇଥିବା କାରଣରୁ ତାଙ୍କୁ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ଘର ଲୋକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକର ୟାଦଗିରି ଜିଲ୍ଲାରେ ଏପରି ଘଟିଥିବା ସୂଚନା ରହିଛି।
ଏହି ଭିଡିଓଟି ବନାଇବା ପରେ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କ ସଂପର୍କୀୟ ୩ ଜଣ ଲୋକ ମାରପିଟ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକଙ୍କୁ ତାଙ୍କ ପ୍ରେମିକା ନିଜ ଜୋତାରେ ମାରି ଚାଲିଛନ୍ତି। ଏହି ପରିସ୍ଥିିତିରେ ପୀଡ଼ିତ ଯୁବକଙ୍କ ମାଆ ତାଙ୍କ ପୁଅକୁ ଭିଡ଼ ହିଂସାରୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍କୁ ନେଇ ଯାଇଛନ୍ତି। ସେଠାରେ ସେ ଏବେ ଚିକିତ୍ସି ଅବସ୍ଥାରେ ଅଛନ୍ତି।