ପ୍ରେମରେ ଅସଫଳ ହୋଇ ‌ନିଜ ପେଟରେ ଛୁରୀ ଭୁସିଲେ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲ୍‌ରେ ପହଞ୍ଚିଲେ ଯୁବକ

ପାଟ୍‌ନା: ବିହାରର ଫାରବିସଗଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ପ୍ରେମରେ ପାଗଳ ସାଜି ନିଜ ପେଟରେ ହିଁ ନିଜେ ଛୁରୀ ‌ଭୁସି ଦେଇଥିବା ଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଯୁବକ ଜଣକ ନିଜ ପ୍ରେମକୁ ପାଇବାକୁ ଏପର କରିଛନ୍ତି। ସେ ନେପାଳର ବୋଲି ଜଣାପଡ଼ିଛି।

ଯୁବକ ଜଣକ ନେପାଳରର ଏକ କାରଖାନାରେ କାମ କରନ୍ତି। ଯୁବକ ଜଣଙ୍କୁ ନିଜ କାମ ସହ ଜଡ଼ିତ ଜଣେ ବିରଟନଗରର ଯୁବତୀଙ୍କ ସହ ପ୍ରେମ ହୋଇଗଲା। ମାତ୍ର  ଯୁବତୀ ଜଣକ ଯୁବକଙ୍କ ସହ ପ୍ରେମ ସଂପର୍କ ରଖି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ପ୍ରତାରଣା କରିବାରୁ ଯୁବକ ଜଣକ ଏପରି କରିଥିବା ସୂଚନା ରହିଛି।

ଯୁବତୀ ଯୁବକଙ୍କ ପ୍ରେମକୁ ପ୍ରତ୍ୟାଖାନା କରିବାରୁ ତାହାକୁ ସହ୍ୟ ନକରିପାରି ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେ ସେଥିରେ ସଫଳ ହୋଇପାରିନଥିଲେ। ଯୁବକ ଜଣକ ନିଜ ପେଟରେ ଛୁରୀ ମାରିବା ପରେ ପୁଣି ନିଜ ଜୀବନ ପ୍ରତି ‌ମୋହ ଆସିଥିଲା। ଫଳରେ ସେ ରକ୍ତ ଜୁଡୁବୁଡ ଅବସ୍ଥାରେ ‌ଯାଇ ବିହାରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ତଦନ୍ତରୁ ଜାଣିବାକୁ ମିଳିଛି ଯେ ନେପାଳର ଯୁବକ ଜଣକ ଯୁବତୀଙ୍କୁ ପ୍ରେମ କରୁଥିବା ବେଳେ ଯୁବତୀଙ୍କର ଅନ୍ୟ ଏକ ଯୁବକଙ୍କ ପ୍ରତି ଦୁର୍ବଳତା ଥିବା ସେ କହିଥିଲେ। ଏହାକୁ ସହ୍ୟ ନକରିପାରି ଯୁବକ ଏପରି ପଦକ୍ଷେପ ନେଇଥିଲେ। ଏହା ପୂର୍ବରୁ ସେ ଆଉ ଥରେ ଏପରି ପ୍ରୟାସ କରି ସାରିଛନ୍ତି ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର