ତୋ ଭଳି ଚାଲୁ ମହିଳାକୁ କିଏ ବିବାହ କରିବ; ଏଭଳି କହିବାରୁ ପ୍ରେମିକର ଗଳା କାଟି ହତ୍ୟା କଲା ପ୍ରେମିକା

ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମହିଳା ତାଙ୍କ ଲିଭ-ଇନ୍ ପାର୍ଟନରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଅଭିଯୁକ୍ତଜଣକ ପ୍ରେମିକର ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଟ୍ରଲି ବ୍ୟାଗରେ ଭର୍ତ୍ତି କରିବା ସହ ରେଳ ଧାରଣାରେ ଫିଙ୍ଗିବାକୁ ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି। ବିବାହକୁ ନେଇ ବିବାଦ ହେବାରୁ ପ୍ରେମିକା ପ୍ରେମିକକୁ ହତ୍ୟା କରିଥିବା କହିଛି ପୁଲିସ।

ପୁଲିସର କହିବା ମୁତାବକ, ରବିବାର ରାତିରେ ଅଭିଯୁକ୍ତ ମହିଳା ଟ୍ରଲି ନେଇ ଯାଉଥିବା ବେଳେ ପୁଲିସ ଗାଡ଼ି ଆସୁଥିବା ଦେଖି ଲୁଚିବାକୁ ଚେଷ୍ଟା କରିଥିଲେ। ଏହା ଦେଖି ସନ୍ଦେହ ହେବାରୁ ପୁଲିସ ମହିଳା ‌ଧରିଥିବା ଟ୍ରଲି ଚେକ୍ କରିବା ପରେ ଭିତରେ ଯୁବକଙ୍କ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୃତକଜଣକ ଉତ୍ତରପ୍ରଦେଶର ଫିରୋଜ ବୋଲି ଜଣାପଡ଼ିଛି।

ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ମହିଳା ନିଜ ସ୍ବାମୀଙ୍କୁ ଛାଡ଼ି ୩-୪ବର୍ଷ ହେଲାଣି ପ୍ରେମିକ ଫିରୋଜ ସହ ଲିଭ-ଇନରେ ରହୁଥିଲେ। ଘଟଣା ଦିନ ମହିଳାଜଣକ ଫିରୋଜଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେବାରୁ ଏନେଇ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାହ କଥା ଶୁୁଣି ଫିରୋଜ କହିଥିଲା ଯେ, ତୁ ତ ଜଣେ ଚାଲୁ ମହିଳା। ଯିଏ ନିଜ ସ୍ବାମୀର ହେଲାନି ସେ ମୋର କେମିତି ହେବ। ଏକଥା ଶୁଣି ମହିଳାଜଣକ ରାଗରେ ଫିରୋଜଙ୍କ ଗଳା କାଟିଦେଇଥିଲେ। ଫିରୋଜର ମୃତ୍ୟୁ ହେବା ପରେ ଶବକୁ ଟ୍ରଲିରେ ଭରି ମହିଳାଜଣକ ରେଳ ଧାରାଣା‌କୁ ଫିଙ୍ଗିବାକୁ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର