ପାନାଜୀ: ପ୍ରେମିକା ଏବଂ ଅନ୍ୟ ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋଆ ପୁଲିସ ଜଣେ ରୁଷ୍ ନାଗରିକଙ୍କୁ ଗିରଫ କରିଛି। ମୃତ ମହିଳା ଦ୍ବୟ ରୁଷ୍ ନାଗରିକ ଥିଲେ। ଉତ୍ତର ଗୋଆରେ ଅଭିଯୁକ୍ତ ୩୭ ବର୍ଷୀୟ ଆଲେକ୍ସେଇ ଲିଓନୋଭଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛି। ଅଭିଯୁକ୍ତ ଗୁରୁବାର ରାତିରେ ଆରାମ୍ବୋଲଠାରେ ରହୁଥିବା ଭଡ଼ା ଘରେ ପ୍ରେମିକା ଏଲିନା କାଷ୍ଟାନୋଭା (୩୭)ଙ୍କ ଗଳାକାଟି ହତ୍ୟା କରିଥିଲେ।
ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲିଓନୋଭ କାଷ୍ଟାନୋଭାଙ୍କ ହାତ ଓ ଗୋଡ଼ ବାନ୍ଧି ତାଙ୍କୁ ସେହି ଘରେ ବନ୍ଦ କରି ରଖିବାକୁ ଚାହୁଥିଲେ। କିନ୍ତୁ ସେ ପଳାୟନ କରିବାକୁ ଚେଷ୍ଟା କରିବାରୁ ଲିଓନୋଭ ପ୍ରେମିକାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘର ମାଲିକ ଉତ୍ତମ ନାୟକ ଗୋଆ ପୁଲିସକୁ ହତ୍ୟାକାଣ୍ଡ ସମ୍ପର୍କରେ ତୁରନ୍ତ ଖବର ଦେବା ପରେ ଅଭିଯୁକ୍ତଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା। ତାଙ୍କ ନାଁରେ ବିଏନ୍ଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।
ଆହୁରି ପଢ଼ନ୍ତୁ: APP raised question: 'ଶିଖ ଗୁରୁ' ବିବାଦରେ ଫୋରେନସିକ୍ ରିପୋର୍ଟ ଉପରେ ବାଚସ୍ପତିଙ୍କୁ ପ୍ରଶ୍ନ କଲା ଆପ୍
ବେକ କାଟି ହତ୍ୟା
ଏହି ଘଟଣାର ଦିନକ ପୂର୍ବରୁ ଲିଓନୋଭ ଅନ୍ୟ ଜଣେ ରୁଷୀୟ ମହିଳା ଏଲିନା ଭାନିବା (୩୭)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜାନୁଆରି ୧୪ରେ ମୋର୍ଜିମ୍ଠାରେ ଲିଓନୋଭ୍ ଛୁରିରେ ଭାନିବାଙ୍କ ବେକ କାଟି ହତ୍ୟା କରିଥିଲେ। ଭାନିବା ରହୁଥିବା ଘରର ମାଲିକ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ପ୍ରଥମ ହତ୍ୟାକାଣ୍ଡ ପରେ ଲିଓନୋଭ୍ ୮ କିମି ଦୂର ଆରମ୍ବୋଲଠାରେ ଦ୍ବିତୀୟ ହତ୍ୟାକାଣ୍ଡ ଘଟାଇଥିଲେ। ପୁଲିସ ଶୁକ୍ରବାର ଉଭୟ ମୃତଦେହ ଜବତ କରିଛି। ମାଣ୍ଡ୍ରେମ ପୁଲିସ ଲିଓନୋଭଙ୍କୁ ଡବଲ ମର୍ଡର ମାମଲାରେ ଗିରଫ କରିବା ସହିତ ଅଧିକ ତଦନ୍ତ କରୁଛି।
ଆହୁରି ପଢ଼ନ୍ତୁ: Cricket: ୧୯ ବର୍ଷରୁ କମ ବିଶ୍ବକପ୍: ହାତ ମିଳାଇଲେନି ଭାରତ, ବାଂଲାଦେଶ ଅଧିନାୟକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/untitled-15-2026-01-17-17-05-41.jpg)