ଛେଳି ଚୋର ଜେଲ୍‌ ଗଲା, କଦଳୀ ଚୋର ଛେଚା ଖାଇଲା

ଖଣ୍ଡଗିରି: ଗୁରୁବାର ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବା ଛେଳି ଓ କଦଳୀ ଚୋରି ଭଳି ଦୁଇଟି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ୟାମପୁର ନୂଆଗାଁର ବଳରାମ ନାଏକ(୨୦) ପଡ଼ୋଶୀ ଭଗବାନ ଭୋଇଙ୍କ ଗୁହାଳରୁ ଛେଳି ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଛି। ସେହିଭଳି କୁବେରପୁରୀ ଭିତରେ ଏକ ଗୋଦାମରୁ କଦଳୀ କାନ୍ଧି ଚୋରି କରୁଥିବା ଅଭିଯୋଗରେ ଭିକାରୀ ବେହେରା ନାମକ ଜଣେ ବ୍ୟକ୍ତି ବହେ ଛେଚା ଖାଇ ଥାନାରେ ଅଟକ ରହିଛି। ବଳରାମଠାରୁ ଚୋରି ଛେଳି ଜବତ କରାଯାଇଛି। ପୂର୍ବରୁ କୁବେରପୁରୀରୁ ପିଆଜ, ରସୁଣ, ଅଦା ଆଦି ଚୋରି ହେଉଥିବାରୁ ବ୍ୟବସାୟୀମାନଙ୍କ ସବୁ ରାଗ ଭିକାରୀ ଉପରେ ସାରି ଦିଆଯାଇଛି।

ସମ୍ବନ୍ଧିତ ଖବର