ନୂଆଦିଲ୍ଲୀ: ଆଧ୍ୟାତ୍ମ ନାମରେ କୁକର୍ମ କରୁଥିବା ବାବା ବିରେନ୍ଦ୍ର ଦେବ ଦିକ୍ଷୀତ ଏବେ ବି ପୁଲିସ ଗିରଫ ବାହାରେ ଅଛନ୍ତି। ଏହି ବାବାଙ୍କ କୁକର୍ମର ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଛି।
/sambad/media/post_attachments/wp-content/uploads/2018/01/14-1515917142-07-1515326511-24-1514055381-baba-virendra-dev-dixit-body-massage-minor-girl-nude-300x225.jpg)
ଆଶ୍ରମରୁ ବାହାରିଥିବା ଜଣେ ଯୁବତୀ କହନ୍ତି, ଯୁବତୀମାନଙ୍କୁ ରାତି ୨.୩୦ରେ ଉଠାଇ ଦିଆଯାଏ। ଏହାପରେ ସମସ୍ତଙ୍କୁ ସ୍ନାନ କରିବାକୁ ପାଇଁ କୁହାଯାଏ। ସ୍ନାନ କରିସାରିବା ପରେ ଟେଲିଭିଜନ ମାଧ୍ୟମରେ ବାବାଙ୍କ ଉପଦେଶ ଶୁଣାଯାଇଥାଏ। କେବଳ ଏତିକି ନୁହେଁ ଆଶ୍ରମକୁ ଆସିବା ପରେ ରାତି ପାଇଁ ବାବା ୮ରୁ ୧୦ଜଣ ଯୁବତୀଙ୍କୁ ଚୟନ କରିଥାଆନ୍ତି। ସେମାନଙ୍କୁ ‘ଗୁପ୍ତ ପ୍ରସାଦ’ ନାମରେ କୋଠରୀକୁ ନେଇ ଯାଆନ୍ତି। ‘ଗୁପ୍ତ ପ୍ରସାଦ’ ସେକ୍ସର କୋଡ ଓ୍ଵାର୍ଡ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଶ୍ରମରେ ଏକ ରେଜିଷ୍ଟର ଥିଲା ଯେଉଁଥିରେ ଆଶ୍ରମରେ ରହୁଥିବା ସମସ୍ତ ମହିଳାମାନଙ୍କ ମାସିକ ଧର୍ମର ସମ୍ପୂର୍ଣ୍ଣ ରେକର୍ଡ ଥିଲା।’
ଆଇନଜୀବୀ ସୁଲଭ ଗୁପ୍ତାଙ୍କ କହିବାନୁସାରେ, ବିରେନ୍ଦ୍ରଙ୍କ ପ୍ରଶଂସକଙ୍କୁ ପ୍ରଥମେ ଲାଗୁଥିଲା କି ଲେଖରାଜ କୃପଲାନିଙ୍କ ଆତ୍ମା ଓ ଇଶ୍ୱର ବିରେନ୍ଦ୍ର ଦେବଙ୍କ ଶରୀରରେ ବସବାସ କରନ୍ତି। ୨୦୨୦ରେ ଦୁନିଆ ଶେଷ ହୋଇଯିବ। ଯଦି ଜୀବିତ ରହିବାକୁ ଚାହାନ୍ତି ତେବେ ନିଜକୁ ସମର୍ପଣ କରିବାକୁ ପଡ଼ିବ ବୋଲି ବାବା କହୁଥିଲେ।
/sambad/media/post_attachments/wp-content/uploads/2018/01/14-1515917199-07-1515326565-minor-girl-rape2-300x225.jpg)
ଅଧ୍ୟାତ୍ମିକ ଶିକ୍ଷା ନାମରେ ବାବା ବିରେନ୍ଦ୍ର ଦେବ ଝିଅମାନଙ୍କୁ ଆଶ୍ରମକୁ ଆଣିଥାଆନ୍ତି। ପ୍ରଥମେପ୍ରଥମେ ଝିଅମାନଙ୍କୁ ନିଜ ଗୃହ ରାଜ୍ୟରୁ ଦୁରେଇ ରଖି ଥାଆନ୍ତି। ତାଙ୍କର ଉଦ୍ଦେଶ୍ୟ ଥିଲା କିପରି ପରିବାରବର୍ଗଙ୍କ ସହିତ କମ୍ ସମ୍ପର୍କ ରହିବ। ପିତା-ମାତା ପିଲାଙ୍କ ସହିତ ଦେଖା କରି ପାରନ୍ତି ନାହିଁ । ଯଦି କେବେ ବି ଦେଖା କରିବାକୁ ଆସନ୍ତି ତେବେ ଖୁବ୍ ଅଳ୍ପ ସମୟ ପାଇଁ । ଧୀରେଧୀରେ ପରିବାରବର୍ଗଙ୍କୁ ଠାରୁ ଝିଅମାନଙ୍କୁ ପୂରାପୂରି ଅଲଗା କରି ଦିଆଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/14-1515917086-07-1515326599-28-1514405332-baba.jpg)