ଖୋର୍ଦ୍ଧା: ଗୌହାଟୀ-ଚେନ୍ନାଇ ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ସୋମବାର ୧୫ଟି ସୁନା ବିସ୍କୁଟ୍ ଜବତ ହୋଇଛି। ଯାତ୍ରୀ ଜଣଙ୍କ ନିକଟରୁ ଖୋର୍ଦ୍ଧା ରେଳ ଷ୍ଟେସନ୍ରୁଏହି ସୁନା ଜବତ କରାଯାଇଛି। ଏହି ବିସ୍କୁଟ୍ ମିଳିବା ପରେ ସୁନା ସ୍ମଗଲିଂ ହେଉଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2018/02/khurdaroadpuri128163-300x225.jpg)
ସୂଚନା ପାଇବା ପରେ ଭୁବନେଶ୍ୱରର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ) ର ଅଧିକାରୀମାନେ ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚି ଯାତ୍ରୀଙ୍କ ନିକଟରୁ ସୁନା ବିସ୍କୁଟଗୁଡ଼ିକୁ ଜବତ କରିଥିଲା।
ଏହି ବିସ୍କୁଟ୍କୁ ଯାତ୍ରୀ ଜଣକ ନିଜର ସାର୍ଟ ତଳେ ଏବଂ ଜୋତା ଭିତରେ ଲୁଚାଇ ରଖିଥିଲେ ବୋଲି ସୂଚନା ରହିଛି। ୨୪୯୪.୯୭ ଗ୍ରାମର ଏହି ସୁନାର ଦାମ ରହିଛି ୭୬ ଲକ୍ଷ ୫୯ ହଜାର ୫୫୭ ଟଙ୍କା। ତେବେ, ମିଳିଥିବା ସୁନା ନେଇ ଯାତ୍ରୀ ଜଣକ ସ୍ମଗଲିଂ ଉଦ୍ଦେଶ୍ୟରେ ଯାଉଥିଲେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଏହି ମାମଲାର ଏବେ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/27661404_1284001325077175_487751428_n.jpg)