ପୁଣି ବିମାନବନ୍ଦରରୁ ସୁନା ବିସ୍କୁଟ୍‌ ଜବତ, ୨ ଅଟକ

ଭୁବନେଶ୍ୱର : ଆଜି କଷ୍ଟମ ବିଭାଗକୁ ମିଳିଛି ପୁଣି ଏକ ସଫଳତା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨ ଜଣ ଯାତ୍ରୀଙ୍କଠାରୁ ପାଖାପାଖି ସାଢ଼େ ୧୦ ଲକ୍ଷ ଟଙ୍କା ସୁନା ଜବତ କରିଛି। ସମ୍ପୃକ୍ତ ଯାତ୍ରୀ ଦ୍ୱୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନା ମୁତାବକ, ଯାତ୍ରୀ ଦ୍ୱୟ କ୍ୱାଲାଲମପୁରରୁ ଚେନ୍ନାଇ ଯାଉଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଥିଲେ। ସେମାନେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଗୁଇନ୍ଦା ଟିମ୍‌କୁ ସୂଚନା ମିଳିଥିଲା। ଏ ନେଇ ତୁରନ୍ତ କଷ୍ଟମ ବିଭାଗକୁ ଜଣାଇ ଦିଆଯାଇଥିଲା। ଯାତ୍ରୀ ଦ୍ୱୟ ଆଜି ବିମାନବନ୍ଦରରେ ପହଞ୍ଚିବା ମାତ୍ରେ କଷ୍ଟମ ବିଭାଗ ଅଧିକାରୀମାନେ ଉଭୟଙ୍କୁ କାବୁ କରିନେଇଥିଲେ। ଯାତ୍ରୀ ଦ୍ୱୟଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କଠାରୁ ୪ ଖଣ୍ଡ ସୁନା ବିସ୍କୁଟ୍‌ ମିଳିଥିଲା। ଜବତ ସୁନା ବିସ୍କୁଟ୍‌ର ଓଜନ ୩୪୦ ଗ୍ରାମ ହେବ। ଯାହାର ବଜାର ମୂଲ୍ୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି। ଏନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର