ମହିଳାଙ୍କୁ ଧମକ ଦେଇ ଛଡ଼ାଇ ନେଲା ସୁନା ଚେନ୍‌

ପୁରୁଣା ଭୁବନେଶ୍ୱର: ଏୟାରଫିଲ୍‌ଡ ଥାନା ଅଧୀନ ଗଙ୍ଗନଗର ବସ୍ତିରେ ଜଣେ ମହିଳାଙ୍କ ଘରେ ପଶି ଜୀବନରୁ ମାରିବା ଧମକ ଦେବା ଓ ସୁନା ଚେନ୍‌ ଛଡ଼ାଇ ନେବା ଅଭିଯୋଗ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କୁଞ୍ଜପାଟଣା ସାହିର ବସନ୍ତ ବେହୁରା(୨୨)। ପୁଲିସ ସୂଚନା ଅନୁଯାୟୀ ଗଙ୍ଗନଗର ବସ୍ତିରେ ଗତ ୧୬ତାରିଖରେ ସୋନାଲି ବେହେରା ନାମକ ମହିଳା ଘରେ ଏକାଥିଲେ। ସ୍ୱାମୀ ଘରେ ନଥିବା ବେଳେ ବସନ୍ତ ଏହି ସୁଯୋଗ ଦେଖି ତାଙ୍କ ଘରେ ପଶି ମହିଳାଙ୍କ ସୁନା ଚେନ୍‌ ଝାମ୍ପି ନେଇଥିଲା। ଏହା ଅନ୍ୟକୁ କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। କିଛି ସମୟ ପରେ ସ୍ୱାମୀ ଆସିବା ପରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସବୁ କହିବା ସହ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଜି ବସନ୍ତକୁ ତା ଘରୁ ଗିରଫ କରି ସୁନା ଚେନ୍‌ ଜବତ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର