ଧଉଳି : ଧଉଳି ଥାନା ଅନ୍ତର୍ଗତ ମର୍କତନଗର ପ୍ଲଟ ନମ୍ବର ୩୭୪/୧୪୬୭ରେ ରହୁଥିବା ରମେଶ ଚନ୍ଦ୍ର ମହାନ୍ତିଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ତାଡ଼ି ୮ ହଜାର ଟଙ୍କା ଓ ସୁନା କାନଫୁଲ ଲୁଟି ନେଇଛନ୍ତି। ଏ ସଂପର୍କରେ ରମେଶ ଧଉଳି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ପୂର୍ବାହ୍ନରେ ଧଉଳି ଥାନା ପୁଲିସ ଏହାର ତଦନ୍ତ କରିଛି। କିନ୍ତୁ ଘଟଣାକୁ ଇତି ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ପତ୍ତା ପାଇ ପାରି ନାହିଁ। ଘଟଣାସ୍ଥଳରୁ ପୁଲିସ ଲୁଟରେ ବ୍ୟବହୃତ ଶାବଳ ଜବତ କରିଛି। ରମେଶଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଜାରି ରଖିଛି।
ଅଭିଯୋଗ ମୁତାବକ, ରମେଶ ରସୁଲଗଡ଼ସ୍ଥିତ ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ଗତକାଲି ରାତିରେ ସେ, ପତ୍ନୀ ସ୍ନିଗ୍ଧାରାଣୀ ଓ ତାଙ୍କ ମାଆ ଧାନିମଣୀ ମହାନ୍ତି ଗୋଟିଏ ଘରେ ଶୋଇଥିବା ବେଳେ ପାଖ ଘରେ ଝିଅ ଜ୍ବାଇଁ ଶୋଇଥିଲେ। ଲୁଟେରାମାନେ ଝରକା ତାଡ଼ି ପ୍ରଥମେ ଡାଇନିଂ ହଲ୍ ଭିତରକୁ ପଶିଥିଲେ। ରମେଶ ଶୋଇଥିବା ଘର କବାଟ ବାହାରପଟୁ ଖିଡ଼କି ବନ୍ଦ କରି ଝିଅ ଜ୍ବାଇଁ ଶୋଇଥିବା ଘରେ ପଶି ଆଲମିରା ଭିତରୁ ଟଙ୍କା ଓ ସୁନା କାନଫୁଲ ଲୁଟି ନେଇ ପଳାଇଥିଲେ। ମାତ୍ର ଝିଅ ଜ୍ବାଇଁ ଏ ସଂପର୍କରେ କିଛି ଜାଣି ପାରିନଥିଲେ। ସେହିପରି ଏଠାରେ ରହୁଥିବା ମଙ୍ଗୁଳି ଓଝାଙ୍କ ଘରୁ ମଧ୍ୟ ସେମାନେ ଲୁଟ ଉଦ୍ୟମ କରିଥିଲେ ହେ ବିଫଳ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/l.jpg)