ନୂଆଦିଲ୍ଲୀ: ଆଜିକାଲି କିଛି ଲୋକ ରାତାରାତି ଧନୀ ହେବା ସ୍ୱପ୍ନ ଦେଖି ଖରାପ ରାସ୍ତାକୁ ଆପଣାଇ ନେଉଛନ୍ତି। ଅନେକ ଲୋକ ଟଙ୍କା ପାଇଁ ଚୋରା ଚାଲାଣରେ ସାମିଲ ହୋଇଯାଉଛନ୍ତି। ଏଭଳି ପରିସ୍ଥିତିରେ ଚୋରା ଚାଲାଣକାରୀମାନେ ଚୋରା ଚାଲାଣ ପାଇଁ ବିଭନ୍ନ ପ୍ରକାର ନୂତନ ପଦ୍ଧତି ଆପଣାଉଥିବା ଖବର ସାମ୍ନାକୁ ଆସୁଛି। ନିକଟରେ ଜଣେ ବ୍ୟକ୍ତି ନିଜ ମୁଣ୍ଡରେ ସୁନା ଚୋରା ଚାଲାଣ କରୁଥିବା ଭିଡିଓ ସାମ୍ନାକୁ ଆସିଛି।
ଚୋରା ଚାଲାଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିଦେଶରୁ ସୁନା ଚୋରା ଚାଲାଣକାରୀଙ୍କ ଉପରେ କଷ୍ଟମ୍ସ ବିଭାଗ ତୀକ୍ଷ୍ଣ ନଜର ରଖିଛି। ଚୋରା ଚାଲାଣକାରୀମାନେ ବିମାନ ବନ୍ଦରରେ ସ୍କାନିଂ ଏବଂ ଚେକିଂ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଖସି ଯିବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ନିକଟରେ ଦିଲ୍ଲୀର ଆଇଜି ବିମାନ ବନ୍ଦରରୁ ଏକ ସଦ୍ୟତମ ମାମଲା ସାମ୍ନାକୁ ଆସିଛି।
#WATCH | Delhi: A gold smuggling case booked on a passenger from Abu Dhabi at IGI Airport T3; approx 630.45g of gold worth Rs 30.55 lakhs was concealed inside his wig & rectum. Accused arrested; further probe underway: Customs Commissioner Office
(Source: Delhi Customs) pic.twitter.com/2faJD8f1Vu
— ANI (@ANI) April 20, 2022
ସୁନା ଚୋରା ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କଷ୍ଟମ୍ସ ଦଳ ତାଙ୍କଠାରୁ ୩୦.୫୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୬୩୦.୪୫ ଗ୍ରାମ ସୁନା ଜବତ କରିଛି ।
ଚୋରା ଚାଲାଣର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ସୁନା ଚୋରା ଚାଲାଣ କରିବାକୁ ଯାଇ ନିଜ ମୁଣ୍ଡରେ ଏକ ୱିଗ୍ ଭିତରେ ସୁନା ଲୁଚାଇ ରଖିଥିଲେ। ଆବୁଧାବିରୁ ଆସିଥିବା ଏହି ଯାତ୍ରୀଙ୍କ ଉପରେ ସନ୍ଦେହ କରାଯିବା ପରେ ଯାଞ୍ଚ କରାଯାଇଥିଲା। କଷ୍ଟମ୍ସ ବିଭାଗର ଅଧିକାରୀଙ୍କ ଉକ୍ତ ଅଭିଯୁକ୍ତକୁ ଗିରଫ ତଦନ୍ତ ଆରମ୍ଭ କରିଛନ୍ତି।