ନୂଆଦିଲ୍ଲୀ : ଗାଡିର ସାଫ୍ଟ ଭିତରେ ସୁନା ରଖି ଜଣେ ଚୋରାଚାଲାଣକାରୀ ନିୟମିତ ଭାବେ ସୁନା ଚୋରା ଚାଲାଣ କରୁଥିଲା। ହେଲେ ଏଥର ତାଙ୍କୁ କଷ୍ଟମ ଅଧିକାରୀମାନେ ଧରିବାରେ ସଫଳ ହୋଇଛନ୍ତି। ସେହି ଚୋରା ଚାଲାଣକାରୀଠାରୁ ପ୍ରାୟ ୧ କୋଟି ୭୪ ଲକ୍ଷ ଟଙ୍କାରେ ସୁନା ଜବତ କରାଯାଇଛି।
କଷ୍ଟମ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ସୁନା ଦୁବାଇରୁ ମୁମ୍ବାଇ ଅଣାଯାଇଥିଲା। ମୁମ୍ବାଇ ବିମାନ ବନ୍ଦରରେ ଚୋରା ଚାଲାଣକାରୀ କଷ୍ଟମ ଅଧିକାରୀମାନଙ୍କୁ ଆଖିରେ ଧୂଳି ଦେଇ ଖସି ଯାଇଥିଲା। ମୁମ୍ବାଇରୁ ସେ ଗୋ ଏୟାର ଫ୍ଲାଇଟ୍ରେ ନୂଆଦିଲ୍ଲୀ ଆସିଥିଲା। ସେଠାରେ ସେ ଧରାପଡିଲା। ଚେକିଂ ବେଳେ ପ୍ରଥମେ ସେ ସଫା ସଫା ମନା କରିଥିଲା ଯେ ତା’ପାଖରେ ସୁନା ନାହିଁ। କିନ୍ତୁ ତାଙ୍କର ଲଗେଜ୍ ଭିତରେ ପୁରୁଣା ସାଫ୍ଟ ଥଲା। ସେହି ସାଫ୍ଟି କଟାଯିବା ପରେ ତା’ଭିତରେ ସୁନା ମିଳିଥିଲା। ସୁନାକୁ ତରଳାଇ ସେହି ଚୋରା ଚାଲାଣକାରୀ ସାଫ୍ଟ ଭିତରେ ଥିବା ଖାଲି ସ୍ଥାନରେ ଭରି ଆଣୁଥିଲା। ଏହି ସୁନାର ଓଜନ ୫ କିଲୋଗ୍ରାମ୍ ୬୨୦ ଗ୍ରାମ୍ ଥିଲା। ଯାହାର ମାର୍କେଟ ମୂଲ୍ୟ ୧ କୋଟି ୭୪ ଲକ୍ଷ ଟଙ୍କାରୁ ବି ଅଧିକ ହେବ ବୋଲି କୁହାଯାଉଛି। ଅଭିଯୁକ୍ତ ଆଗରୁ ଏଭଳି ଅଭିନବ ଉପାୟରେ ୫ ଥର ସୁନା ଚୋରା ଚାଲାଣ କରିଥିଲା।