ଭୁବନେଶ୍ୱର ବିମାନବନ୍ଦରରୁ ୨୦ଲକ୍ଷ ଟଙ୍କାର ସୁନା ଜବତ, ଜଣେ ଗିରଫ

ଭୁବନେଶ୍ୱର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କଷ୍ଟମ ଅଧିକାରୀମାନେ ବୁଧବାର ୩୩ଟି ସୁନା ବିସ୍କୁଟ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି। ସୁନା ଚାଲାଣ ବିଷୟରେ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଚାଲାଣକାରୀକୁ ଗିରଫ କରିଥିଲେ। ଜବତ ହୋଇଥିବା ସୁନା କ୍ୱାଲାଲାମପୁରରୁ ଭୁବନେଶ୍ୱର ଆସୁଥିଲା। ଏହାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର