ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୭୦କିଲୋର ସୁନା ଜବତ ସହିତ ୩ଜଣ ଅପରାଧିଙ୍କୁ କଷ୍ଟମ ଅଧିକାରୀ ଗିରଫ କରିଛି। ଗିରଫ ହୋଇଥିବା ତିନିଜଣ ଅପରାଧିଙ୍କ ମଧ୍ୟରୁ ଜଣେ ସୁନାକୁ ମଳାଶୟ, ଅନ୍ୟଜଣେ ପେଣ୍ଟ ଚେନ୍‌ ଓ ତୃତୀୟ ଜଣକ ନିଜର ପୋଷାକ ଭିତରେ ଲୁଚାଇ ରଖିଥିବା କଷ୍ଟମ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

କଷ୍ଟମ ବିଭାଗ ସୂତ୍ରରୁ ପ୍ରକାଶ, ତିନିଟି ଭିନ୍ନ ଭିନ୍ନ ମାମଲାରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରୁ ୭୦ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି। ଆମେ ଏହି ସୁନା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତ ତିନିଦିନ ହେବ ବିମାନ ବନ୍ଦର ଉପରେ କଡାକଡ଼ି ନଜର ରଖିଥିଲୁ। ଯାତ୍ରୀଙ୍କ ଜିନିଷପତ୍ର ବ୍ୟକ୍ତିଗତ ଭାବେ ଯାଞ୍ଚ ସମୟରେ ୧୧୮ଟି ସୁନା ବିସ୍କୁଟ ୧.୦୯ କିଲୋଗ୍ରାମର ଜବତ ହୋଇଥିଲା।

ପ୍ରଥମ ମାମଲାରେ, ଶୁକ୍ରବାର ବ୍ରିଟେନରୁ ଆସିଥିବା ଜଣେ ୪୬ବର୍ଷିଅ ବ୍ୟକ୍ତିଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ଯିଏକି ଜଣେ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ଏହି ବ୍ୟକ୍ତି ଜଣକ ୬୯୪ ଗ୍ରାମର ସୁନା ନିଜର ଜନିଷ ଓ ପୋଷାକ ପତ୍ର ବ୍ୟାଗ ଭିତରେ ଲୁଚାଇ ରଖିଥିଲେ। ବାକି ୪୦୦ଗ୍ରାମ ନିଜର ମଳାଶୟ ଭିତରେ ରଖିଥିବା ସୂଚନା ମିଳିଛି।

ଅନ୍ୟ ଜଣେ ଗିରଫ କରାଯାଇଥିବା ଯାତ୍ରୀଙ୍କୁ ଠାରୁ ୭୫୨ଗ୍ରାମ୍‌ ସୁନା ଜବତ କରାଯାଇଛି। ସେ ଏହି ସୁନା ପେଣ୍ଟର ଚେନ୍‌ ଭିତରେ ଲୁଚାଇ ରଖିଥିଲେ। ଯାହାର ମୁଲ୍ୟ ୨୧.୯୯ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେ ଏହି ସୁନାକୁ ଭାରତରେ ବିକ୍ରି କରିବାକୁ ଆଣିଥିବା ସନ୍ଦେହ କରାଯାଉଛି।

ସେହିପରି ଲଣ୍ଡନରୁ ଆସିଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଅଟକ ରଖି ଯାଞ୍ଚ କରାଯିବା ସମୟରେ ତାଙ୍କ ଠାରୁ ୬୦୦ଗ୍ରାମର ସୁନା ଜବତ ହୋଇଥିଲା। ସେ ଏହି ସୁନାକୁ ତାଙ୍କ ପେଣ୍ଟଚେନ୍‌ ଭିତରେ ଲୁଚାଇଥିଲେ। ଜବତ ହୋଇଥିବା ସୁନାର ମୂଲ୍ୟ ୧୮ଲକ୍ଷ୍ୟ ଟଙ୍କା ପାଖାପାଖି ହେବ।