ଗୁପଚୁପ ବିକାଳି ଜଗରେ ପରିଶ୍ରା କରି ଠେଲାରେ ଥିବା ପାଣିରେ ମିଶାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଗୁପଚୁପ ବିକାଳି ଜଗରେ ପରିଶ୍ରା କରି ତାହାକୁ ଠେଲାରେ ରଖାଯାଇଥିବା ପାଣିରେ ଢ଼ାଳି ମିଶାଉଥିବା ଦେଖିବାକୁ ମିଳୁଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ବୃଦ୍ଧଙ୍କୁ ଗିରଫ କରି ନେଇଛି। ଗିରଫ ବୃଦ୍ଧ ଜଣକ ଭୂତନାଥ ଅଞ୍ଚଳରେ ବସବାସ କରୁଥିବା ୬୦ବର୍ଷର ଅକ୍ରୁଲ ସହାନି ବୋଲି ଜଣାପଡ଼ିଛି।

ବୃଦ୍ଧ ଜଣକ ଗୁଓ୍ଟାହାଟି ଭରାଲୁମୁଖ ଅଞ୍ଚଳରେ ଗୁପଚୁପ ବିକନ୍ତି। ଏହି ଭିଡିଓକୁ ଟୁଇଟରରେ ମାମୁନ ଖାନ ସେୟାର କରିଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଗୁପଚୁପ ବିକାଳି ଏକ ମଗରେ ପରିଶ୍ରା କରୁଛନ୍ତି। ଏହାପରେ ଠେଲାରେ ଥିବା ଏକ ଧଳା ବାଲଟି ପାଣିରେ ଉକ୍ତ ପରିଶ୍ରାକୁ ମିଶାଇବା ସହିତ ବାକି ପରିଶ୍ରାକୁ ତଳେ ଫିଙ୍ଗି ଦେଉଛନ୍ତି।

ଏହି ଭିଡିଓ ଭାଇରାଲ ହୋଇ ପୁଲିସ ପାଖରେ ପହଞ୍ଚିଲା। ପୁଲିସ ତୁରନ୍ତ ଉକ୍ତ ଗୁପଚୁପ ବିକାଳିଙ୍କୁ ଚିହ୍ନଟ କରି ଗିରଫ କରିଥିଲା।

ସମ୍ବନ୍ଧିତ ଖବର