ନୂଆଦିଲ୍ଲୀ: ଗୁଗ୍ଲ୍ରେ ଚାକିରି କରୁଥିବା ଜଣେ ୨୪ ବର୍ଷିୟ ଇଞ୍ଜିନିୟର୍ ପ୍ରେମିକାର ଖର୍ଚ୍ଚ ତୁଲାଇବାକୁ ଟଙ୍କା ଚୋରି କରି ଧରାପଡ଼ିଥିବା କଥା ବୁଧବାର ଦିନ ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତଙ୍କ ନାମ ଗର୍ବିତ ସାହାଣି। ତାଙ୍କ ଘର ହରିୟାଣାର ଅମ୍ବାଲା ଜିଲ୍ଲାରେ।
ପୁଲିସ କହେ, ସେପ୍ଟେମ୍ବର ୧୧ ତାରିଖ ଦିନ ଆଇବିଏମ୍ ଏବଂ ଏକ ଗଣମାଧ୍ୟମ ସଂସ୍ଥାନ ଦିଲ୍ଲୀ ତାଜ୍ ପାଲେସ୍ ଠାରେ ଏମ୍ଏନ୍ସିର ବରିଷ୍ଠ ଏକ୍ଜୁକ୍ୟୁଟିଭ୍ଙ୍କ ସମ୍ମିଳନୀ ଆୟୋଜନ କରିଥିଲେ। ସମ୍ମିଳନୀ ସମୟରେ ଦେବଯାନୀ ଜୈନ୍ ନାମ୍ନା ଜଣେ ଯୁବତୀ କହିଲେ କି, ତାଙ୍କ ହ୍ୟାଣ୍ଡ୍ ବ୍ୟାଗ୍ରୁ ୧୦ ହଜାର ଟଙ୍କା ଚୋରି ହୋଇ ଯାଇଛି।
ମାମଲା ରୁଜୁ କରି ପୁଲିସ ହୋଟେଲ୍ ପରିଧିରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା। ରେକର୍ଡିଙ୍ଗ୍ ବିଶ୍ଳେଷଣ କରି ପୁଲିସ ସନ୍ଦିଗ୍ଧ ଉପରେ ଧ୍ୟାନ୍ ରଖିବା ପରେ ଆମନ୍ତ୍ରିତଙ୍କ ତାଲିକା ମଧ୍ୟରୁ ତା’ର ପରିଚୟ ପାଇଲା।
ହୋଟେଲ୍ର ବାହାର ପରିଧିରେ ଥିବା କ୍ୟାମେରାଗୁଡ଼ିକର ଫୁଟେଜ୍ରେ ଦେଖାଗଲା ଅଭୁଯୁକ୍ତ ଏକ କ୍ୟାବ୍ରେ ଆସୁଛନ୍ତି।
କ୍ୟାବ୍ର ରେଜିଷ୍ଟ୍ରେନସ୍ ନମ୍ବର ଏବଂ ତାହା ବୁକ୍ ହୋଇଥିବା ମୋବାଇଲ୍ ନମ୍ବର ଯୋଗାଡ଼ କରାଗଲା।
ଏହା ପୂର୍ବରୁ ଅଭିଯୁକ୍ତ ତାଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲେ। କିନ୍ତୁ, ତାଙ୍କ ନୂଆ ମୋବାଇଲ୍ ନମ୍ବର ସଂଗ୍ରହ କରାଯିବା ପରେ ମଙ୍ଗଳବାର ଦିନ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଗଲା।
ପଚରାଉଚୁରା ବେଳେ ଗର୍ବିତ ସାହାଣି ପୁଲିସକୁ କହିଲେ ଯେ ଆର୍ଥିକ ଅନଟନ ଯୋଗୁଁ ପ୍ରେମିକାର ଖର୍ଚ୍ଚ ତୁଲାଇ ପାରୁ ନ ଥିବାରୁ ସେ ଚୋରି କରିଛନ୍ତି।
ଚୋରି ଟଙ୍କାରୁ ୩ ହଜାର ଟଙ୍କା ପୁଲିସ ତାଙ୍କ ପାଖରୁ ଉଦ୍ଧାର କରିଛନ୍ତି।